ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ୟରତ ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଇନଷ୍ଟିଚ୍ୟୁଟ ଅଫ ସ୍କୋଲାର୍ ବେଙ୍ଗାଲୁରୁ ଦ୍ୱାରା ସମ୍ମାନଜନକ ୟଙ୍ଗ ଏଚିଭର ଆୱାର୍ଡରେ ସମ୍ମାନିତ କରାଯାଇଛି । ବେଙ୍ଗାଲୁରୁର ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଦେଶର ଯୁବ ପ୍ରତିଭାମାନଙ୍କୁ ଏହି ସମ୍ମାନ ଜନକ ଆୱାର୍ଡ ପ୍ରଦାନ କରିଥାଏ । ଜଣେ ଡାକ୍ତର ଓ ଗବେଷକ ଭାବରେ ଏହି ସମ୍ମାନ ପାଇଥିବା କାରଣରୁ ଆଜି ଡାକ୍ତରଙ୍କ ସହକର୍ମୀ, ପରିବାର ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତଥା ପରିଚାଳନା କମିଟିର ସମସ୍ତଙ୍କର ମନରେ ଅତ୍ୟନ୍ତ ଖୁସିର ଲହରୀ ସୃଷ୍ଟି ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର ସୁଶାନ୍ତ ଜଣେ କର୍ତ୍ତବ୍ୟନିଷ୍ଠ, ମିଷ୍ଟଭାଷୀ ଡାକ୍ତର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି ସମ୍ମାନଜନକ ଆୱାର୍ଡ ପାଇଥିବା କାରଣରୁ ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ସତ୍ୟଭୂଷଣ ସାହୁ, ସମ୍ପାଦକ ତଥା ମୁଖ୍ୟ ପରିଚାଳକ ମନୋଜ କୁମାର ତ୍ରିବେଦୀ, ମହାବିଦ୍ୟାଳୟର ଅଧ୍ୟକ୍ଷା ଡାକ୍ତର କାମିନୀ କର ପ୍ରମୁଖ ଶୁଭକାମନା ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।