oom

ପାଣିପମ୍ପ ଚାଳକଙ୍କ ଅନଶନ ଯୋଗୁଁ ପିଇବା ପାଣି ପାଇଁ ଯୋଖିପାଲି ଗ୍ରାମବାସୀ ହନ୍ତସନ୍ତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ପିଇବା ପାଣିପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧୦ ଦିନରୁ ଅଧିକ ହେଲା ପଞ୍ଚାୟତ ସ୍ତରରେ ନିଯୁକ୍ତ ହୋଇଥିବା ପମ୍ପ ଚାଳକ ମାନେ ଆନ୍ଦୋଳନ କରୁଥିବାରୁ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ ହୋଇଯାଇଛି । ଲୋକେ ବାଧ୍ୟ ହୋଇ ଏଣେତେଣେ ଯାଇ ପାଣି ପିଉଛନ୍ତି ଯାହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ଦେଖା ଦେଇଛି । ଏଥିପାଇଁ ଘରେ ଘରେ ଜ୍ୱର, ଥଣ୍ଡା, କାଶ ଭଳି ଲକ୍ଷଣ ଦେଖା ଦେଉଛି । ଯୋଖିପାଲି ଗାଁରେ ପ୍ରାୟ ୨୫୦୦ ଲୋକେ ବସବାସ କରନ୍ତି, ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ବାଧ୍ୟ ହୋଇ ଲୋକେ ସାଇକେଲ ମାଧ୍ୟମରେ ହେଉ ଅବା ଚାଲି ଚାଲି ଅନେକ ଦୂରରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ।

ଏହି ସମସ୍ୟାକୁ ହୃଦୟଙ୍ଗମ କରି କିଛି ସଚେତନ ନାଗରିକ ବିଜେପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ, ସେ ଉତ୍ତର ରଖିଥିଲେ ଯେ ଏଭଳି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ମାନଙ୍କୁ ଅନୁରୋଧ କରାଯାଇଛି ଏବଂ ସେମାନେ ଲୋକମାନେ କିଭଳି ହଇରାଣ ନ ହେବେ ସେଥିପ୍ରତି ଧ୍ୟାନ ଦେବା କଥା ବୋଲି କହିଥିଲେ । ଅପରପକ୍ଷରେ କିଛି ସ୍ଥାନୀୟ ଜନସାଧାରଣ ସରପଞ୍ଚଙ୍କୁ ଏହି ବିଷୟ କହିବା ପରେ ସେ କାହାକୁ ରିକ୍ସ ନେଇ ଏଭଳି ବ୍ୟବସ୍ଥା କରିହେବ ନାହିଁ ବୋଲି ଜବାବ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ସ୍ଥାନୀୟ ଜନସାଧାରଣ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେତେବେଳେ ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧି କାହିଁକି ଏଭଳି ଉଦାସୀନତା ପ୍ରଦର୍ଶନ କରୁଛନ୍ତି, ଗ୍ରାମ ପଞ୍ଚାୟତ ସ୍ତରରେ ପାନୀୟ ଜଳଯୋଗାଣ ନିମନ୍ତେ ବିଭିନ୍ନ ଟ୍ୟାଙ୍କର ମଧ୍ୟ କିଣାଯାଇଛି ତାହା ମଧ୍ୟ ବ୍ୟବହାର ହେଉନାହିଁ । ଏହି ଘଟଣାକୁ ଦେଖି ସ୍ଥାନୀୟ ଜନସାଧାରଣଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି ।

jittmm
Leave A Reply

Your email address will not be published.