ଗାନ୍ଧୀପୀଠର ଉନ୍ନତି ଓ ଡାକ୍ତର ଅଭାବୀ ପୂରଣ ନେଇ କଂଗ୍ରେସର ଆମରଣ ଅନଶନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବେରବୋଇ ଗାନ୍ଧୀ ସ୍ମୃତି ପୀଠର ଉନ୍ନତି ଓ ଡେଲାଙ୍ଗ-ପିପିଲିର ସମସ୍ତ ଡାକ୍ତରଖାନାର ଡାକ୍ତର ଅଭାବୀ ପୂରଣ ନେଇ କଂଗ୍ରେସର ଆମରଣ ଅନଶନ ସଫଳ, ଲିଖିତ ପ୍ରତିଶୃତି ମିଳିବା ପରେ ଅନଶନ ପ୍ରତ୍ୟାହାର କରାଯାଇଥିଲା । ପୂର୍ବ ସୂଚନାନୁଯାୟୀ ବେରବୋଇ ଗାନ୍ଧି ସ୍ମୃତି ପୀଠରେ ଗତକାଲି ସକାଳେ ପୁରୀ ଜିଲ୍ଲା ସେବା ଦଳର ମୁଖ୍ୟ ସଂଗଠକ ତଥା ଜାତୀୟ କଂଗ୍ରେସ ନେତା ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କ ସହ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ଦାସ, ଯୁବ କଂଗ୍ରେସ ନେତା ନିର୍ମଳ କୁମାର ପରିଡା, ବିନୋଦ ସ୍ୱାଇଁ, ପ୍ରହଲ୍ଲାଦ ପ୍ରଧାନ, ଅଶ୍ରୁମୋଚନ ପ୍ରଧାନ, ପ୍ରକାଶ ପ୍ରଧାନ, ଶରତ ଚନ୍ଦ୍ର ସ୍ୱାଇଁ ସହ ଦଳୀୟ କର୍ମକର୍ତ୍ତା ଗ୍ରହଣରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଅନଶନରେ ବସିଥିଲେ । ଡାକ୍ତର ଦୀପିକା ସାହୁ ଓ ଇତିଶ୍ରୀ ଦାସ ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସୂଚନାମୂତାବକ ଡେଲାଙ୍ଗର ନୂଆ ତହସିଲଦାର ନିବେଦିତା ପରିଡା, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ସହିତ ଆପୋଷ ଆଲୋଚନା କରିଥିଲେ । ସେମାନେ ଦାବୀ ପୁରଣ ନହେବା ଯାଏଁ ଆମରଣ ଅନଶନ ଚାଲୁରହିବ ବୋଲି କହିଥିଲେ । ଶେଷରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରି ତହସିଲଦାର, ବିଡିଓ ଓ ଥାନା ଅଧିକାରୀଙ୍କଠାରୁ ଦାବୀପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଅନଶନ ପ୍ରତ୍ୟାହାର କରଯାଇଥିଲା । ଶେଷରେ ନିର୍ମଳ କୁମାର ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.