ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୁଟପାଟ, ଗଣ୍ଡଗୋଳ ନିତି ଦିନିଆ ଘଟଣାରେ ପରିଣତ ହେଲାଣି । ଆଜି ଦିନ ୧୨ଟାରେ ଜନ ଗହଳି ପୂର୍ଣ୍ଣ ଗାନ୍ଧୀ ଛକଠାରେ ଜନୈକ ନିଶାସକ୍ତ ଯୁବକ ଉନ୍ମକ୍ତ କାଣ୍ଡ ଭିଆଉ ଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଛକ ଦେଇ ଯିବା ପାଇଁ ଭୟଭୀତ ହୋଇଥିଲେ । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଟାଉନ ପୋଲିସକୁ ଫୋନ୍ କରି ଜଣାଇବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଉନ୍ମକ୍ତ କାଣ୍ଡ ଭିଆଉ ଥିବା ଯୁବକର ହାବୁଡ଼ରେ ପଡ଼ିଥିଲେ । ଯୁବକ ଜଣକ ପୋଲିସକୁ ଗାଲି ଗୁଲଜ କରିବା ସହ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିବା ଦୃଶ୍ୟ ଦେଖାଯାଇଥିଲା । ଉକ୍ତ ଯୁବକକୁ କାବୁ କରିବାକୁ ପୋଲିସମାନଙ୍କ ନାକେଦମ୍ ହେବାକୁ ପଡ଼ିଥିଲା । ଶେଷରେ ପୋଲିସ ତାକୁ କାବୁ କରି ଥାନକୁ ନେଇଥିଲେ । ଦୀର୍ଘ ସମୟ ଧରି ଜନଗହଳି ପୂର୍ଣ୍ଣ ଗାନ୍ଧୀ ଛକଠାରେ ବିଚ ରାସ୍ତାରେ ଏଭଳି କାଣ୍ଡ ଚାଲିଥିବା ଯୋଗୁଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।