ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼-ସିକେର ଷ୍ଟେସନ ମଝିରେ ଦୀର୍ଘ ୨ ଘଣ୍ଟା ଧରି ଅଟକି ଥିଲା ତପସ୍ୱିନୀ ଏକ୍ସପ୍ରେସ୍ । ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରି ତାର ଛିଡ଼ି ଯିବାରୁ ତପସ୍ୱିନୀ ଏକ୍ସପ୍ରେସ ଅଟକି ଥିବା ସୂଚନା ମିଳିଛି । ଏକ ଘରୋଇ କଂପାନୀ ରେଳ ଟ୍ରାକ୍ ନିକଟରେ କାମ କରୁଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁଁ ଉଚ୍ଚ କ୍ଷମତା ସମ୍ପନ୍ନ ଲାଇନ୍ ଛିଣ୍ଡି ଯାଇଥିଲା । ଏହି ଲାଇନ୍ ତାର ସଂସ୍ପର୍ଶରେ ଆସିଲେ ଦୁର୍ଘଟଣା ଘଟିବା ଆଶଙ୍କାରେ ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନ୍ଟି ଦୀର୍ଘ ସମୟ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ଛିଣ୍ଡି ଯାଇଥିବା ତାରକୁ ସଜାଡିବାକୁ ଉଦ୍ୟମ କରିଥିଲେ । ହଠାତ୍ ଜୋରରେ ଏକ ଶବ୍ଦ ହେବା ପରେ ଟ୍ରେନ୍ଟି ଅଟକି ଯାଇଥିଲା । ଟ୍ରେନ୍ଟି ଜଙ୍ଗଲ ମଝିରେ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ହଇରାଣ ହୋଇଥିବା ବେଳେ ଦୁଇ ଘଟଣା ପରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା ।