ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରର ମା’ ପାଟଖଣ୍ଡା ମିନି ଷ୍ଟାଡିୟମରେ ନୁଆପାଲିର ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ ପ୍ରତଯୋଗିତା ଅନୁଷ୍ଠିତ ହେଉଛି । ୧୬ଟି ଦଳକୁ ନେଇ ଅନୁଷ୍ଟିତ ହୋଇଥିବା ଏହି ଟୁର୍ନାମେଣ୍ଟାର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଚାଟିପଦରକୁ ରତାଖଣ୍ଡି ହରାଇଥିଲା । ଦ୍ଵିତୀୟ ମ୍ୟାଚରେ ପାଣ୍ଢେଲକୁ ଗାଇବାହଲ ହରାଇଥିଲା । ରତାଖଣ୍ଡି ଓ ଗାଇବାହାଲ ମଧ୍ୟରେ ହୋଇଥିବା ଆଜିର କ୍ୱାଟର ଫାଇନାଲ ମ୍ୟାଚରେ ଗାଈବାହାଲ ବିଜେତା ହୋଇଥିଲା । ଏହି ଅବସରରେ କଂଗ୍ରେସର ଯୁବ ନେତା ବିଶ୍ୱଜିତ ପାତ୍ର(ପପୁ) ଯୋଗ ଦେଇଥିଲେ । ଅନିଲ ଗଡତ୍ୟା, କୁନା ଭୋଇ ଖେଳ ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।