jayashree

ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କିଷାନ ସଂଗଠନ ପକ୍ଷରୁ ତହସିଲ ଅଫିସ ଘେରାଉ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଧହାର, ବେରୋଜଗାର, ଦାଦନ ଶ୍ରମିକ ଆଦି ସମସ୍ୟା ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବେଲପଡା ବ୍ଲକର ଜୟ କିଷାନ କୃଷକ ସଙ୍ଗଠନର ନେତୃତ୍ୱରେ ତାରିଣୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ୭ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ପ୍ରଦାନ କରିଥିଲେ । କ୍ରମାଗତ ଭାବରେ ମରୁଡି, ଫସଲ ହାନୀ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏହି ବ୍ଳକର ଜଳସେଚନ ବ୍ୟବସ୍ଥା ନାମକୁ ମାତ୍ର । ଏଭଳି ପରିସ୍ଥିତିରେ ଲୋକ ଭୋକ ଉପାସରେ ବ୍ୟାକୁଳ ହୋଇଥିବା ବେଳେ ଏହି ବ୍ଳକକୁ କୃଷି ବିଭାଗ ଅଣଦେଖା କରି ମରୁଡି ଘୋଷଣା କରିନଥିବା ଅଭିଯୋଗ ହେଉଛି । ଆଜି ଯେଉଁ ଦାବୀପତ୍ର ଦେଇଥିଲେ ସେଥିରେ ଦାବୀ ଥିଲା କି ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ, ସମସ୍ତ ଚାଷୀମାନଙ୍କୁ ଋଣ ଛାଡ ସହ ଫିଜ ଛାଡ଼ କରାଯାଉ ଓ ନୂତନ ଋଣର ସୁବିଧା କରାଯାଉ, ସିଧାସଳଖ ମରୁଡି ହୋଇଥିବା ଯୋଗୁଁ ଚାଷୀକୁ ହେକ୍ଟର ପ୍ରତି ୨୦ ହାଜର ଟଙ୍କା ପ୍ରଦାନ କରାଯାଉ, ଇନ୍ସୁରେନ୍ସ ଟଙ୍କା ପ୍ରଦାନ, ଚାଷ ଜମିକୁ ଶତକଡା ୧୦୦ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯାଉ, ଧାନ କ୍ୱଣ୍ଟ।ଲ ପିଛା ତିନି ହଜାର ଓ କପା କ୍ୱାଣ୍ଟ।ଲ ପିଛା ଦଶହଜାର ଓ ମରୁଡ଼ିକୁ ନେଇ ବେଲପଡ଼ା କୃଷି ବିଭାଗ ଓ ତହସିଲଦାର ବିଭାଗର ଭୁଲ ତଥ୍ୟ ଉପସ୍ଥାପନ କରି ଚାଷୀଙ୍କ ପ୍ରତି ଆକ୍ରୋଶ ମୂଳକ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି ଓ ଏହାର ପୁନର୍ବାର ମରୁଡି ଆକଳନ କରିବାକୁ ଦାବୀ କରୁଛନ୍ତି । ଏସବୁ ଦାବୀ ଯଦି ପୂରଣ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବେଲପଡ଼ା ଜୟ କୃଷକ ସଂଗଠନ ସଭାପତି ବନମାଳୀ ନାଏକ ଚେତାବାନୀ ଦେଇଛନ୍ତି । ଦାବୀ ପ୍ରଦାନ ସମୟରେ ପ୍ରଶାସନ ଓ ଆନ୍ଦୋଳନକାରୀ ମୁଁହା ମୁଁହି ପରିସ୍ଥିତି ସୃଷ୍ଟି ହେଇଥିଲା । ଘଟଣାସ୍ଥଳରେ ଆନ୍ଦୋଳନକରୀମାନଙ୍କ ଦାବୀପତ୍ରଗୁଡ଼ିକ ତହସିଲ କାର୍ଯ୍ୟାଳୟକୁ ଫୋପାଡି ଥିଲେ । ପରେ ତହସିଲଦାର ଆସି ସମସ୍ତଙ୍କ ଦାବୀ ଗ୍ରହଣ କରିଥିଲେ । ପରେ ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରୋକ୍ ଠୋକ୍ ମନା କରିଥିଲେ । ଏହି ପ୍ରଦାନ ସମୟରେ ଅଞ୍ଚଳରେ ଶତାଧିକ ଚାଷୀ ନିଜ ନିଜର ଦାବୀ ନେଇ ଆସିଥିବା ବେଳେ ଗିରିଧାରୀ ଭୋଇ ସଉରି କୁମାର ସାହୁ, ସିପୁନ୍ ଖମାରୀ, ଜିତୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.