ରେଡ଼କ୍ରସ ଦ୍ଵାରା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହାତିବନ୍ଧାଠାରେ ଯୁବ ରେଡକ୍ରସର ତିନି ଦିନିଆ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପିତ ହୋଇଅଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ତରୁଣ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜନ୍ମେଜୟ ସେଠିଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ହେମନାଥ ଭୋଇ, ରାଜ କୁମାର ରାଉତ, ଉପେନ୍ଦ୍ର ବଂଜାରା ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଉକ୍ତ ଛାତ୍ରୀ ଛାତ୍ରୀ ତଥା ଯୁବ ରେଡକ୍ରସରେ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେସରେ ମହାବିଦ୍ୟାଳୟର ଅଧ୍ୟାପକ ଧ୍ରୁବ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.