csstore

ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦୀର୍ଘ ଦଶ ବର୍ଷ କାଳ ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜକୁ ସମର୍ପିତ କରିଥିବା ପ୍ରଧାନ ଆଚାର୍ଯ୍ୟ ଯୋଗେଶ ଚନ୍ଦ୍ର ପ୍ରଧାନ ଏବଂ ଆଚାର୍ଯ୍ୟା ଓମ୍ ପ୍ରିୟା ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଭାପତି ଜନାର୍ଦ୍ଧନ ସିଂହ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଯୋଗେଶ ଚନ୍ଦ୍ର ପ୍ରଧାନ ଏବଂ ଆଚାର୍ଯ୍ୟା ଓମ୍ ପ୍ରିୟା ସାହୁଙ୍କ ବିଦ୍ୟାମନ୍ଦିର ଏବଂ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ବହୁଅବଦାନ ଥିବା କଥା କହିଥିଲେ । ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଯୋଗେଶ ଚନ୍ଦ୍ର ପ୍ରଧାନ ନିଜର ବିଦାୟ କାଳୀନ ଭାଷଣରେ ଜଣେ ଆଦର୍ଶ ଶିକ୍ଷକ/ଶିକ୍ଷୟିତ୍ରୀ ଭାବେ ନିଜକୁ କିପରି ଗଢିପାରିବେ ତାହା ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟା ଓମ୍‌ ପ୍ରିୟା ସାହୁ ବିଦ୍ୟାମନ୍ଦିର ପରିଚାଳନା କମିଟି ଓ ସହ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ, ପୂର୍ବତନ ସଭାପତି ଜନାର୍ଦ୍ଧନ ସିଂ, ସମ୍ପାଦକ ବାନାମ୍ୱର ସାହୁ, ଋଷି କୁମାର ସାହୁ, ବିପ୍ରଚରଣ ପରିଡ଼ା, ଗଗନ କୁମାର ସ୍ୱାଇଁ, ବାବୁ ଦାସ ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ହୋଇ ଅବସର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଓମ୍ ପ୍ରିୟା ସାହୁଙ୍କୁ ନିଜର ଫଟୋଚିତ୍ର ସହ ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିତା ସାହୁଙ୍କ ସହ ଜୟଚନ୍ଦ୍ର ପ୍ରଧାନ, କାଳୁଚରଣ ସେଠୀ, ଯଜ୍ଞଦତ୍ତ ନାୟକ, ଗୁରୁନାଥ ରେଡ୍ଡୀ, ରିନା ରେଡ୍ଡୀ ଓ ଆରତୀ ପଲେଇ ପରିଚାଳନା କରିଥିଲେ । ଶେଷରେ ଆଚାର୍ଯ୍ୟ ଅମର ପ୍ରସାଦ ଦାସ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.