ସ୍ୱରବ୍ରହ୍ମର ତୃତୀୟ ସଂଗୀତ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠାନର ତୃତୀୟ ସଂଗୀତ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଏଚ୍.ଏନ୍.ଖାଡଙ୍ଗା ଓ ପ୍ରଭାବତୀ ଖାଡଙ୍ଗା ଅତିଥି ଭାବେ ଯୋଗଦେଇ କାର୍ଯ୍ରକ୍ରମକୁ ଉଦ୍‌ଘାଟନ କରିଥିଲେ । ଏସ୍.କେ.ଭୋଇ ଓ ପ୍ରିତିରାଣୀଙ୍କ ସଂଯୋଜନାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଶାସ୍ତ୍ରୀୟ ସଂଗୀତ ଓ ଚଳଚ୍ଚିତ୍ରର ଗୀତଗୁଡିକୁ ପରିବେଷଣ କରିଥିଲେ । ବାଦ୍ୟ ଯନ୍ତ୍ରରେ ନରସିଂହ ପାଣିଗ୍ରାହୀ, ଗୌରାଙ୍ଗ ମଲ୍ଲିକ, ଅରବିନ୍ଦ ସାହୁ, ପତି ସାର୍ ପ୍ରମୁଖ ସହଯୋଗ କରିଥିଲେ । ଗୁରୁ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଛାତ୍ରଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.