ବିଶ୍ଵ ମିତବ୍ୟୟତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ଵ ମିତବ୍ୟୟତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଫିସର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆଜିର ଦିବସରେ ମିତବ୍ୟୟି ହୋଇ ସଂଚୟ କରନ୍ତୁ । ଅଯଥା ଖର୍ଚ୍ଚରୁ ଦୂରେଇ ରହନ୍ତୁ, ଏହି ବାର୍ତ୍ତା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଯେ କୌଣସି ସନ୍ଦିଗ୍ଧ ଅର୍ଥ ଲଗାଣକାରୀ ସପ୍ସସ୍ଥାଠାରୁ ଦୂରରେ ରହି ସ୍ୱିକୃତି ପ୍ରାପ୍ତ ରାଷ୍ଟ୍ରୀୟ ବ୍ୟାଙ୍କ କିମ୍ବା ଡାକଘରେ ନିଜ କଷ୍ଟ ଉପାର୍ଜିତ ଅର୍ଥ ସଂଚୟ କରନ୍ତୁ ବୋଲି ସେ କହିଥିଲେ । ଜିଲ୍ଲା ସ୍ଵଳ୍ପ ସଂଚୟ ଅଧିକାରୀ ନୀଳାଚଳ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.