csstore

ରମ୍ଭା ଥାନା ପକ୍ଷରୁ ଆମ ପୋଲିସ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମଠାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସ୍ଥାନୀୟ ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା ହୋଇପାରିବ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଆଇନ ଶୃଙ୍ଗଳା ପରିସ୍ଥିତି ନିୟନ୍ତ୍ରିତ ହୋଇପାରିବ, ମହିଳା, ଶିଶୁ କନ୍ୟା ଓ ବରିଷ୍ଟ ନାଗରିକମାନେ କିପରି ସୁରକ୍ଷିତ ରହିପାରିବେ, କରୋନା ମାହାମାରୀକୁ ଦୃଷ୍ଟିରେ ରଖି କିପରି ସାଧାରଣ ଜନତା କୋଭିଡ ନିୟମ ମାନ ମାନି ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସରପଞ୍ଚ ଡି.ନିରଞ୍ଜନ ରେଡି, ସନ୍ତୋଷ ରେଡି, ପ୍ରଭାତ ସେଠି, ସନ୍ତୋଷ ସେଠି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗ୍ୟ ରେଡି, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ଜେନା, ସମିତି ସଭ୍ୟ ଶତୃଘ୍ନ ମହାକୁଡ଼, ଛାୟାକାନ୍ତ ପ୍ରଧାନ, ସୁରଥ ପାହାନ ପ୍ରମୁଖଙ୍କ ସହ କାର୍ତ୍ତିକଢି ଗ୍ରାମ୍ୟ ସଭାପତି କେ.ଦିପୁ ରେଡି, ସନ୍ତୋଷପୁର ଗ୍ରାମ୍ୟ ସଭାପତି ବାବୁଲା ପଟନାୟକ, ସାନ ଗୋପାଳପୁର ସଭାପତି ପ୍ରଭାତ ତରାଇ, କୁଜିଧେପା ସଭାପତି ଅଶୋକ ସ୍ୱାଇଁ, ସାତୁଳି ସଭାପତି ଭାସ୍କର ପଳେଇ, ପୂର୍ବତନ ସମିତି ମେମ୍ବର ପୁଷ୍ପାଞ୍ଜଳି ଜେନା, ଡି.ନରହରି ରେଡି, ରଞ୍ଜିତ ପଲାଇ, ଡି.ଶ୍ରୀରାମୁଲୁ, ଏସ.ରାମଚନ୍ଦ୍ର ରେଡି, ସାଗର ସାହୁ, ଭଗବାନ ବେହେରା ପ୍ରମୁଖଙ୍କ ସହ ସନ୍ତୋଷପୁର ଗ୍ରାମ୍ୟ କମିଟିର ସମସ୍ତ ମେମ୍ବରଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.