ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରୋଜେକ୍ଟ ଅପର ପ୍ରାଇମେରୀ ସ୍କୁଲରେ ଶନିବାର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ନୂତନ ସଭାପତି ଭାବେ ଶବର କୁମାର ତରାଇ, ଉପସଭାପତି କିଶୋର ପ୍ରଧାନଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ସଭ୍ୟ ଭାବେ ସୁଦାମ ଚରଣ ଦାସ, ଟୁକୁନା ସାହୁ, ସତ୍ୟ ସାହୁ, ଟୀକାନ ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ, ଗୀତାଞ୍ଜଳି ସାହୁ, ସୁଜ୍ଞାନୀ ସାହୁ, ବବି ତରାଇ, ଅନିତା ନାହାକ, କେଶରୀ ଛଟେଇ ପ୍ରମୁଖ ରହିଛନ୍ତି । ସ୍କୁଲ ପ୍ରଧାନ ଶିକ୍ଷକ ଉଜ୍ୱଳ ବେହେରା, ପଞ୍ଚାନନ ମାହାଲୀକ, ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ପଲାଇ, ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, କୋଷାଧ୍ୟକ୍ଷ ବିପ୍ରଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍କୁଲ ବାଉଣ୍ଡେରୀ, ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସ୍କୁଲ କିଭଳି ସୁପରିଚାଳିତ ହେବ ସେ ନେଇ ନୂତନ ପରିଚାଳନା କମିଟି ସମସ୍ତ ପ୍ରଚେଷ୍ଟା କରିବ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.