ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟାନ୍‌ ତରଫରୁ ଗଣଦୌଡ଼ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ବାର୍ଷିକୀ । ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ତାଙ୍କ ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରରେ ଆଜି ସିଆର୍‌ପିଏଫ୍‌ ୧୮୯ ବାଟାଲିୟାନ୍‌ ତରଫରୁ ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣଦୌଡ଼ ଆୟୋଜିତ ହୋଇଥିଲା । ଏଥିରେ ସିଆର୍‌ପିଏ କମାଣ୍ଡେଣ୍ଟ ପବନ କୁମାର ତିୱାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ଜୱାନ୍ ଓ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.