csstore

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଉତ୍ସବ ବର୍ଷା ସୃଜନୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତ୍ରିବେଣୀ ହୋଟେଲର ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଉତ୍ସବ ବର୍ଷା ସୃଜନୀ’ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସାହିତ୍ୟ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ, ବିଶିଷ୍ଠ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗାଳ୍ପିକା ଗାୟତ୍ରୀ ସରାଫ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଫେସର ମଧୁସୂଦନ ପତି ଓ ମୁଖ୍ୟ ବକ୍ତା ଭାବେ ଡ. ସନ୍ତୋଷ କୁମାର ରଥ ଯୋଗଦାନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡା. ଜ୍ୟୋତିର୍ମୟୀ ସାହୁଙ୍କ କବିତା ସଂକଳନ ‘ଅନାହତ’, ଗାଳ୍ପିକା ଅମୂଲ୍ୟମଣି ମିଶ୍ରଙ୍କ ଗଳ୍ପ ସଂକଳନ, ସ୍ୱର୍ଗତ କୁଳମଣି ମିଶ୍ରଙ୍କ କବିତା ସଂକଳନ ଉନ୍ମୋଚିତ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡା. ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଦୀପ କୁଅଁର ସଭା ପରିଚାଳନା କରିଥିଲେ । ଦିନ ତମାମ ଆଜିର କାର୍ଯ୍ୟକ୍ରମ ଅବସରରେ ଆଲୋଚନା ଚକ୍ର ଏବଂ କବି ସମ୍ମିଳନୀ ମଧ୍ୟ ଏହା ପରେ ଅନୁଷ୍ଠିତ ହେବ ।

jayashree
Leave A Reply

Your email address will not be published.