ମମିତାଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ଅଜୟ ଦାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡ଼ି ନେତା ଅଜୟ ଦାସ । ତୁରେକେଲା ବ୍ଲକ୍‌ର ଝରଣୀ ଗାଁକୁ ବିଭିନ୍ନ ଦଳର ନେତାମାନେ ପହଂଚୁଥିବା ବେଳେ ବିଜେଡ଼ି ନେତା ଶ୍ରୀ ଦାସ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଗତକାଲି ଏଠାରେ ପହଂଚିଥିଲେ ଓ ମମିତାଙ୍କ ଭାଇ ବଂଟିଙ୍କ ସହ କଥାବାର୍ତ୍ତା ହୋଇଥିଲେ । ତେବେ ମମିତା ମେହେରଙ୍କ ଜଘନ୍ୟ ହତ୍ୟାକାଣ୍ଡ ଓ ଏଥିରେ ରାଜ୍ୟ ଗୃହ ମନ୍ତ୍ରୀଙ୍କ ସଂପର୍କ ଥିବାବେଳେ ତଦନ୍ତ ପ୍ରଭାବିତ ହେବର ସମ୍ଭାବନାକୁ ନେଇ ବିରୋଧୀ ଆକ୍ଷେପ କରିଛନ୍ତି । ଘଟଣାର ଦୀର୍ଘ ୨୧ ଦିନ ପରେ ମନ୍ତ୍ରୀ ଦିବ୍ୟ ଶଙ୍କର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିଜେ ନିର୍ଦ୍ଦୋଷ ବୋଲି କହିବା ସହ ବିରୋଧୀ ଏ ଘଟଣାରେ ତାଙ୍କ ସଂପୃକ୍ତିର କୌଣସି ପ୍ରମାଣ ଦେଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ଗତ ନିର୍ବାଚନର କଂଟାବାଞ୍ଜି ବିଧାୟକ ପ୍ରାର୍ଥୀ ତଥା ବିଜେଡି ନେତା ଅଜୟ ଦାସ ମମିତାଙ୍କ ଭାଇଙ୍କୁ ଦେଖା କରିଥିବା ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.