csstore

ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଘୋରଡିଆ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଯାଇଥିବା ନେଇ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ପିତାମାତା/ଅଭିଭାବକଙ୍କୁ ପୂର୍ବ ସୂଚନା ଆଧାରରେ ସଧାରଣ ସଭା ବୈଠକ ଡକାଇ ସ୍କୁଲର ନୂତନ ପରିଚାଳନା କମିଟି ଗଠନ କରଯାଇଥିବା ବେଳେ ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ମଲ୍ଲିକ, ସ୍ଥାନୀୟ ସରପଞ୍ଚ କୁନୀମଣି ରାଉତରାୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀ, ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ମମତା ବେହେରାଙ୍କ ତତ୍ଵାବଧାନରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଶାନ୍ତିପୂର୍ଣ୍ଣ ଭାବେ ଗଠନ କରଯାଇଥିଲା । ଏହି କମିଟିରେ ବୀରେନ୍ଦ୍ର ନାରାୟଣ ରଣଜିତଙ୍କୁ ନୂଆ ସଭାପତି ଏବଂ ଗୀତାରାଣୀ ରଣଜିତଙ୍କୁ ଉପ ସଭାପତି ଭାବେ ନିର୍ବାଚିତ କରଯାଇଥିଲା । ଏହି ଅବସରରେ ସିଆରସିସି ତପନ କୁମାର ମଲ୍ଳିକ କହିଥିଲେ ଯେ, ସ୍କୁଲକୁ ସରସସୁନ୍ଦର ଓ ମଜଭୂତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସୁରଭୀ ପ୍ରଧାନ, କୁନ୍ତଳା ବିଶ୍ୱାଳ, ଶାରୀରିକ ଶିକ୍ଷକ ସହଦେବ ମଲ୍ଳିକ, ନିଲାମ୍ବର ନାୟକ ଓ ଶିକ୍ଷା କର୍ମଚାରୀ ସମେତ ବିଦ୍ୟାଳୟ ଶିକ୍ଷା କମିଟି ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.