oom

ମହିଳାମାନଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉ ଅଛି । ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ ସ୍ୱେଚ୍ଛାସେବୀ ରତିକାନ୍ତ ପଧାନ ଓ ଡିଲେଶ୍ୱର ନାୟକଙ୍କ ନେତୃତ୍ୱରେ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମ ପଞ୍ଚାୟତର ଗ୍ରିନ୍ଦୋଲମାଲ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରିନ୍ଦୋଲମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ବରିହା ମୁଖ୍ୟ ଅତିଥି ଓ ଗ୍ରିନ୍ଦୋଲମାଲ ସିଏଲ୍ଏଫର ସିଆରପି ମହିମା ସାହୁ ଏବଂ କୃଷିମିତ୍ର ମାମତମୟୀ ସାହୁ, ସଭାନେତ୍ରୀ ମମତା ପୋଢ, ସମ୍ପାଦିକା ପ୍ରତିମା ସାହୁଙ୍କ ସହିତ ଗ୍ରିନ୍ଦୋଲମାଲ ଗ୍ରାମର ୧୨ଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୫ ଜଣରୁ ଅଧିକ ସଭ୍ୟା ମିଶି ପ୍ରଥମେ ଏକ ସାଧାରଣ ସଭା କରିଥିଲେ ପରେ ଗ୍ରିନ୍ଦୋଲମାଲ ଗ୍ରାମରେ ସ୍ୱଚ୍ଛତା ସ୍ଲୋଗାନ ଦେବା ସହିତ ପଦଯାତ୍ରା କରିଛନ୍ତି ଏବଂ ସମସ୍ତ ନାଗରିକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ନିଜ ଗ୍ରାମକୁ ଆଉ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.