oom

ଜୁରାବନ୍ଦ ଠାରେ ବିଜେପିର ପ୍ରସ୍ତୁତି ବୈଠକ : ଶତାଧିକ କର୍ମୀ ବିଜେପିରେ ସାମିଲ

jsmm

ସଇଁନ୍ତଲା, ( ଅଜିତ କୁମାର ସାହୁ) : କିଛି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ପଞ୍ଚାୟତର ସ୍ଥାନୀୟ ଆମ୍ବ ବଗିଚା ନିକଟରେ ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କରୁଣା କର ପସାୟତ ସଭା ପରିଚାଳନା କରିଥିବା ବେଳେ ବିଜେପି ଦଳରେ ଶତାଧିକ ନୂତନ କର୍ମୀମାନେ ସାମିଲ ହୋଇଥିଲେ । ଏଥିରେ ଲବେନ୍ଦ୍ର ବେହେରା, ମହେନ୍ଦ୍ର ଅମାତ, ଗୋପବନ୍ଧୁ ବଗର୍ତ୍ତୀ, କବିରାଜ ତାଣ୍ଡି, ଶ୍ରୀରାମ ତୁମନିଆଁ, ସତ୍ୟ ତାଣ୍ଡି, ଶରତ ଭୋଇ, ବିରଞ୍ଚି ଭୋଇ, ଜୟକାନ୍ତ ବରିହା, ସନ୍ତୋଷ ଭୋଇ, ବିପ୍ର ବରିହା, ସୁରସିଂ ମାଝୀ, ପ୍ରମୋଦ ବାରିକ, ଟିକେନନ୍ଦ ମାଝୀ, ଗୋତମ ବରିହା, ପ୍ରସନ ଦୀପ, ପିଙ୍କୁ ବରିହା, ସାଲେକ ମହାକୁର, ଛକନ ମହାକୁର, ନନ୍ଦିପ ମାହାର, କୃପାସିନ୍ଧୁ ଖମାର ସମେତ ବିଜେପି ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.