ମାକ୍ରି ଗ୍ରାମବାସୀଙ୍କୁ ଘର ଯୋଗେଇ ଦେବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଘର ଯୋଗାଇ ଦେଉଥିବା ବାହା ବାହା ମାରୁଛନ୍ତି ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ହିତାଧିକାରୀଙ୍କୁ ପକ୍କା ଘର ମଧ୍ୟ ମିଳିପାରି ନାହିଁ ବୋଲି ଅଭିଯୋଗ ହେଉଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଞ୍ଚାୟତ ମାକ୍ରି ଗ୍ରାମର ଲୋକ ଉନ୍ନତି ସଙ୍ଗଠନର ବ୍ଳକ ସଂଯୋଜିକା ଗୀତାଞ୍ଜଳି କୁମ୍ଭାରଙ୍କ ନେତୃତ୍ୱରେ ବିଡିଓଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେମାନେ ଭଙ୍ଗା କୁଡିଆ ଘରେ ରହୁଥିବାରୁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ଘର ଯୋଗେଇ ଦେବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏଥିରେ ଗୌରୀ ଭୋଇ, ପିଙ୍କି ବଗର୍ତ୍ତି, ବିଳାସିନୀ ଭୋଇ, ବବିତା ଭୋଇ, ବୃନ୍ଦାବତୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.