ଟାଉନ ହାଇସ୍କୁଲରେ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ବ୍ୟକ୍ତିର ଚିନ୍ତା ଓ ଚେତନାକୁ ପ୍ରସାରିତ କରେ । ପୁସ୍ତକର ସ୍ଥାନ ମୋବାଇଲଠାରୁ ଢେର ଉର୍ଦ୍ଧ୍ବରେ । ବ୍ୟକ୍ତିର ଚରିତ୍ର ଗଠନ ଓ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବା ଦିଗରେ ପୁସ୍ତକର ସ୍ଥାନ କେହି ବି ନେଇ ପାରିବେ ନାହିଁ । ତେଣୁ ପାଠ୍ୟ ପୁସ୍ତକ ସହ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ଓ ପତ୍ରପତ୍ରିକା ପଠନ ପ୍ରତି ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରିବାକୁ ବରଗଡ଼ଠାରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ଯୋଗଦାନ କରି ବକ୍ତା ଗଣ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଟାଉନ ହାଇସ୍କୁଲ ପରିସର ମଧ୍ୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରସ ରାଜ ମନୋରଞ୍ଜନ ସାହୁ ସାହିତ୍ୟ ବ୍ୟକ୍ତିର ଚିନ୍ତା ଚେତନାକୁ ପ୍ରସାରିତ କରେ ଓ ସମାଜ ଜୀବନକୁ ଶୃଙ୍ଖଳିତ କରେ । ତେଣୁ ମୋବାଇଲଠାରୁ ଦୂରରେ ରହି ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁ ଦାଶ ଶର୍ମା, ‘ସୁବର୍ଣ୍ଣ ଦୀପ’ ଶିଶୁ ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି ଓ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାମାନେ ମୋବାଇଲଠାରୁ ଦୂରରେ ରହି ଓଡ଼ିଶାରୁ ପ୍ରକାଶିତ ଶିଶୁ ପତ୍ରିକା ଓ ପୁସ୍ତକମାନ ସଗ୍ରହ କରି ପଢିବାକୁ କହିଥିଲେ । ‘ପାଠାଗାର କାର୍ଯ୍ୟକ୍ରମ’ରେ ଅପ୍ସଶ ଗ୍ରହଣ କରି ପାଠକୀୟ ବକ୍ତବ୍ୟ ପ୍ରଦାନ କରି ଛାତ୍ର ରୋମ୍ୟ ରଞ୍ଜନ ଷଡ଼ଙ୍ଗୀ, ପ୍ରତୀକ ବାରିକ ଓ ଆଶିଷ ପଣ୍ଡା ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ‘ଶିଶୁ ଶ୍ରୀ’ର ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ।

Leave A Reply

Your email address will not be published.