jsm

ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ନିର୍ମାଣ ହେଲା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଉତଖଣ୍ଡିରୁ ଜାମୁଟପାଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା । ସାଉତଖଣ୍ଡି ଗ୍ରାମର ହାରାହାରି ଦୁଇ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଅଟନ୍ତି । ଗ୍ରାମର ସମସ୍ତ ହାଇସ୍କୁଲ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଗ୍ରାମର ସମସ୍ତ ବୃଦ୍ଧା ଏବଂ ବୃଦ୍ଧ ଭତ୍ତା ନେବା ପାଇଁ ମଧ୍ୟ ଏହି ରାସ୍ତାକୁ ନିର୍ଭର କରିଥାନ୍ତି ଏବଂ ସମସ୍ତ ଗ୍ରାମବାସୀମାନେ ମଧ୍ୟ ରାସନ୍ ଚାଉଳ, ଗହମ ନେବା ପାଇଁ ଏହି ରାସ୍ତାକୁ ବ୍ୟବହାର କରନ୍ତି ତଥାପି ମଧ୍ୟ ସେହି ରାସ୍ତାର ମରାମତି କରାଯାଉନଥିବା ବେଳେ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ଷା ଦିନରେ ରାସ୍ତାରେ ପାଣି ଭରିଯିବା ଯୋଗୁଁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ । ତେବେ ଏହାକୁ ନେଇ ଅଞ୍ଚଳବାସୀ ପ୍ରଶାସନକୁ ବାରମ୍ବାର ଜଣେଇବା ପରେ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ । ତେଣୁ ଆଜି ଜାମୁଟପାଲି ଗ୍ରାମର ପଙ୍କଜ ପ୍ରଧାନଙ୍କ ନେତୃତ୍ୱରେ ଜାମୁଟପାଲି ଗ୍ରାମର ମୁଖିଆ ବ୍ରହ୍ମାନନ୍ଦ ପ୍ରଧାନ, କେଶବ ବରିହା, ଦେବିଲାଲ୍ ପ୍ରଧାନ ଓ ରତିକାନ୍ତ ପ୍ରଧାନଙ୍କ ଉଦ୍ୟମରେ ହାରାହାରି ୪ କି.ମି ରାସ୍ତାର ମରାମତି କରାଯାଇଛି । ଏବେ ଅଞ୍ଚଳବାସୀ ପ୍ରଧାନମନ୍ତ୍ରୀ ସଡ଼କ କେବେ ମିଳିବ ସେହି ଅପେକ୍ଷାରେ ଅଛନ୍ତି ।

yuvodaya
Leave A Reply

Your email address will not be published.