ସୌନ୍ଦର୍ଯ୍ୟରେ ଭରପୂର ପୂଝାରୀପାଲି ବିଦ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ଏହାକୁ ସରସ ସୁନ୍ଦର ଗଢି ତୋଳିବାରେ ସରକାରଙ୍କ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମ ଦେଶର ସଫଳତା ଏକ ଉଦାହରଣ ପାଲଟିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁଝାରିପାଲି ସେବାଶ୍ରମ ଦେଖିଲେ ଏହା ଏକ ପାର୍କରୁ କମ୍‌ ନୁହେଁ । ଛୋଟ ବିଦ୍ୟାଳୟ ହେଲେ ମଧ୍ୟ ତାର ସୁନ୍ଦର ପାଚେରୀ ଚାରିପଟେ ସୁନ୍ଦର ଫୁଲ ବଗିବା, ଠେକୁଆ, ହରିଣ, ଜିରାପ ଓ ହାତି ଆଦି ସୁନ୍ଦର ମୁହଁ ଗୁଡାକ ବେଶ ଆକୃଷ୍ଣ ଲାଗୁଛି । ଛାତ୍ରଛାତ୍ରୀମାନଙ୍କ ଖେଲିବା ପାଇଁ ଦୋଳି ଉଠାପକା ଆଦିର ବ୍ୟବସ୍ଥା କରାଯାଇଛି ଓ ବିଦ୍ୟାଳୟ ପାଚେରୀରେ ଶିକ୍ଷଣୀୟ ବାରତା ଏବଂ ଶିଶୁ ଲେଖା, ମହାପୁରୁଷ ଫଟୋ ବେଶ ଆକର୍ଷଣ ଓ ଶିକ୍ଷଣୀୟ ଏ ସବୁ କେବଳ ସମ୍ଭବ ହୋଇଛି ଗାଁର ସମସ୍ତ ଯୁବ ସମାଜ ତଥା ମୋ ସ୍କୁଲ ଅଭିଯାନ ପୁଝାରିପାଲି ବିଦ୍ୟାଳୟକୁ ପୋଷ୍ୟ ପୁତ୍ର ନେଇ ଥିବା ସୁବାଷ ଚନ୍ଦ୍ର ସାହୁଙ୍କ ପ୍ରଚେଷ୍ଟାରେ । ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ର, ଦେବାର୍ଚନ ସାହୁ, ପ୍ରଦୀପ ସାହୁ, ଅମିତ ସାହୁ, ଲିଙ୍ଗରାଜ ପ୍ରଧାନ, ଗଣେଷ ସାହୁ ଏବଂ ପ୍ରହଲ୍ଲାଦ ଡନସନାଙ୍କ ଯୋଗଦାନ ଅତୁଳନୀୟ । ଛୋଟ ଗାଁର ସମସ୍ତଙ୍କର ସହଯୋଗ ଆଦି । ପୁଝାରିପାଲି ବିଦ୍ୟାଳୟ ଆକର୍ଷଣ କେନ୍ଦ୍ର ପାଲଟିଛି ଆଖପାଖ ଅଞ୍ଚଳରେ ତଥା ପଡୋଶୀ ରାଜ୍ୟ ଛତିଶଗଡରୁ ବହୁ ଲୋକ ଦେଖିବାକୁ ଓ ପରିଦର୍ଶନ କରିବାକୁ ଆସୁଛନ୍ତି ବାସ୍ତବରେ ପୁଝାରିପାଲି ବିଦ୍ୟାଳୟ ସମସ୍ତଙ୍କ ପାଇଁ ଏକ ପ୍ରେରଣା ହେଉଛି ।

Leave A Reply

Your email address will not be published.