ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜରେ ସଂକୁଳସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜଠାରେ କ୍ଲଷ୍ଟର ସ୍ତରୀୟ ରେଡ଼କ୍ରସର ତିନି ଦିନିଆ ତାଲିମ ଓ ଶିକ୍ଷା ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ୟାମଲାଲ ପ୍ରଧାନଙ୍କ ଦ୍ୱାରା ରେଡକ୍ରସ ପତାକା ଉତ୍ତୋଳିତ ହେବା ପରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥିମାନେ ରେଡ଼କ୍ରସର ପ୍ରାଣ ପ୍ରତିଷ୍ଠାତା ହେନେରୀ ଡ଼ୁନାଣ୍ଟଙ୍କ ଫଟୋଚିତ୍ର ସମକ୍ଷରେ ଧୂପ, ଦୀପ, ନାରିକେଳ ଅର୍ପଣ କରି ଶିବିର ଉଦ୍‌ଘାଟନ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଥିଲେ ଏବଂ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ ଝାରବନ୍ଧ ଡିଗ୍ରୀ କଲେଜର ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ ବିଶେଷଜ୍ଞ ଭାବରେ ଯୋଗଦେଇ ରେଡ଼କ୍ରସର ଇତିହାସ, ଲକ୍ଷ୍ୟ, ଆଭିମୁଖ୍ୟ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଦ୍ଵିତୀୟ ଅଧିବେଶନରେ ପାଇକମାଲ ଆୟୁର୍ବେଦିକ ଚିକିତ୍ସାଳୟର ପ୍ରଫେସର ଡକ୍ଟର ମାନଭଞ୍ଜନ ପଣ୍ଡା ପ୍ରାଥମିକ ଚିକତ୍ସା ସମ୍ପର୍କରେ ପ୍ରଶିକ୍ଷିତ କରାଇଥିଲେ । ପ୍ରଥମ ଦିନ ଶେଷ ସମୟରେ ପ୍ରବନ୍ଧ, ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜ ସହ ବିନ୍ଧ୍ୟବାସିନୀ ଜୁନିୟର କଲେଜ, ମାଣ୍ଡୋସିଲ ଡିଗ୍ରୀ କଲେଜ, ମାଣ୍ଡୋସିଲ ଜୁନିୟର କଲେଜ, ଝାରବନ୍ଧ ଡିଗ୍ରୀ କଲେଜ, ଝାରବନ୍ଧ ଜୁନିୟର କଲେଜ, ଡ଼ଭା ଜୁନିୟର କଲେଜର ମୋଟ ଆଠ ଜଣ କାଉନସେଲର ଓ ବାଇଶି ଜଣ ସ୍ବେଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚିନ୍ତାମଣି ମିଶ୍ର, ଦୟାସାଗର ନାୟକ, ସବିତା ଭୋଇ, ରଶ୍ମି ମହାଲିଙ୍ଗ, ଦେବକାନ୍ତ ନାୟକ, ପ୍ରେମସାଗର ସାହୁ ପ୍ରମୁଖ କାଉନ୍‌ସେଲର୍‌ ଏବଂ ଆୟୋଜକ ଅଧ୍ୟାପକ ଦେବରାଜ ସାହୁ, ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଓ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଶିବିରର ସଫଳ ଆୟୋଜନ ନିମିତ୍ତ ସୁଚାରୁରୂପେ ନିଜ ନିଜ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.