oom

ବଲାଙ୍ଗିର ଜିଲ୍ଲା ୬୦ଘର ଡୁମାଲ ସମାଜର ସାଂଗଠନିକ ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୬୦ ଘର ଡୁମାଲ ସମାଜ ସାଂଗଠନିକ ସଭା ସଦର ବ୍ଲକ ସ୍ଥିତ ରାଣୀପାଲି ମାଁ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବାରେ ଦେହେରୀ କରୁଣାକର ମହାକୁର, ରାହାସ ମହାକୁର, ବାମନ କରନ, ହାଡୁ ଖଣ୍ଡଗିରି, ଶିବ ଚାଉଳିଆ, ବିଦ୍ୟା ଚାଉଳିଆ ତଥା ଉପସ୍ଥିତ ଅନ୍ୟ କେନ୍ଦ୍ରର ଦେହେରିମାନଙ୍କ ଦ୍ୱାରା ପରିଚାଳିତ କରାଗଲା । ଉପସ୍ଥିତ ସମସ୍ତ ଜାତି, ଭାଇ, ଭଉଣୀଙ୍କ ପଦଧୈାତ ଓ ପୁଷ୍ପ ଚନ୍ଦନ (ତିଲକ) ଲଗାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ପ୍ରଶାନ୍ତ ମହାକୁର, ମଗନ ଖଣ୍ଡଗିରି, ଅସର୍ପି ପଧାନ, ପ୍ରଭା ପଧାନ, ଗେଥନ ଖଣ୍ଡଗିରି, ମନ ଖଣ୍ଡଗିରି ଇତ୍ୟାଦି ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର ଯୋଗଦାନ କରି ସମାଜ ବିକାଶରେ ନାରୀମାନଙ୍କ ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ଜିଲ୍ଲା ଉପ-ସଭାପତି ଖୁସିରାମ ଚାଉଳିିଆ, କୋଷାଧ୍ୟକ୍ଷ ବଶିଷ୍ଟ ଡାଙ୍ଗ, ମୁଖ୍ୟବକ୍ତା ଜେମିନି କମ୍ପ, ଉପଦେଷ୍ଟା ଅକ୍ଷୟ କଣ୍ଟା, ସହ-ସଂପାଦକ ମଲିଆ ଗଡୁଆ, ସଂଜୟ ମହାକୁର ପ୍ରମୁଖ ସମାଜ ସଂଗଠନ ଉପରେ ବହୁମୁଖୀ ପ୍ରସ୍ତାବ ଦେଇଥିଲେ ଏବଂ ସମାଜର ଉପସ୍ଥିତ ଥିବା ଜନପ୍ରତିନିଧିମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଗଲା । “ଆମ୍ଭେ କାହିଁକି ପଛୁଆ” ସଂପର୍କିତ ବିତର୍କରେ ମଣ୍ଟୁ ଖମାରୀ, ବାଳକ ପଧାନ, ମଧୁସୁଦନ କ୍ଷେତି, ମୀନ କେତନ ଡାଙ୍ଗ, ନାରାୟଣ କମ୍ପ, ସ୍ୱାଧିନ ଛନ୍ଦ, ଦେବରାଜ ଅମାତ, ସରୋଜ ମେଶ୍ୱା, କନ୍ଦର୍ପ ଦନ୍ତା, ଭୃଷବ ଦନ୍ତା, ଶଶିଭୂଷଣ ମହାକୁର, ବାହାଦୁର ଖମାରିି, ରମାକାନ୍ତ ପଧାନ, ନାରାୟଣ ପଧାନ, ହାଡୁ ମହାକୁର, ଭୋଜରାଜ ପଲତା, ପ୍ରଦିପ ପଧାନ, ବରୁଣ ବଘାର, ଟେଙ୍ଗନୁ ବଘାର, ଚିନ୍ତାମଣି ପଧାନ, ପ୍ରକାଶ ମେର୍ଲି, ହଲଧର ମହାକୁର, ଜନାର୍ଦ୍ଦନ ମେର୍ଲି ଇତ୍ୟାଦି ଅଂଗ୍ରହଣ କରିଥିଲେ । ସଭାର ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଏକ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା ।

ଉକ୍ତ କମିଟିରେ ଜଗନ୍ନାଥ କରନ, ମଣ୍ଟୁ ଖମାରୀ, ମୀନକେତନ ଡାଙ୍ଗ, ବାଲକ ପଧାନ, ରମାକାନ୍ତ ପଧାନ, ପିତାମ୍ବର ଖମାରୀ, ସଂଜୟ ମହାକୁର, ବରୁଣ ବଘାର ଇତ୍ୟାଦି ସଦସ୍ୟକୁ ମନୋନୀତ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ କେନ୍ଦ୍ରକୁ ସକ୍ରିୟ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସଭା ଶେଷରେ ସଂପାଦକ ଇନ୍ଦ୍ରମଣି ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.