pakka

ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍, ଅହମ୍ମଦାବାଦ ଓ ଲକ୍ଷ୍ନୌ

bbehera

ଦୁବାଇ: ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଟିମ୍ ଅହମ୍ମଦାବାଦ ଫ୍ରାଂଚାଇଜିକୁ ସିଭିସି କ୍ୟାପିଟାଲ୍ ଗ୍ରୁପ ୫ ହଜାର ୬୦୦ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ୭ ହଜାର ୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌ ଟିମର ମାଲିକନା ହାସଲ କରିଛି ଆର.ପି ସଂଜୀବ ଗୋଏଙ୍କା ଗ୍ରୁପ । ଦୁବାଇରେ ହୋଇଥିବା ନିଲାମୀରେ ଅଦାନୀ ଗ୍ରୁପ, ଟୋରେଣ୍ଟ ଓ ମାଂଚେଷ୍ଟର ୟୁନାଇଟେଡ୍ ମଧ୍ୟ ଭାଗ ନେଇଥିଲେ । ହେଲେ ସେମାନଙ୍କ ନିଲାମ ଆକଳନ ୫ ହଜାର କୋଟି ଟଙ୍କା ମଧ୍ୟ ପହଂଚି ପାରିନଥିଲା । ଅନ୍ୟପଟେ ସଂଜୀବ ଗୋଏଙ୍କା ଗ୍ରୁପ ଆଇପିଏଲ୍ ଇତିହାସର ସବୁଠୁ ଅଧିକ ଟଙ୍କା ଦେଇ ଲକ୍ଷ୍ନୌ ଫ୍ରାଞ୍ଚାଇଜି ହାସଲ କରିଥିବା ବେଳେ ସିଭିସି କ୍ୟାପିଟାଲ ଗ୍ରୁପ ଅହମ୍ମଦାବାଦ ଫ୍ରାଞ୍ଚାଇଜି କିଣିବାରେ ସମର୍ଥ ହୋଇଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

11 − five =