csstore

ଭାଲୁଡୁଙ୍ଗୁରିରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମରେ ଏକ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲେକ୍ଷ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ବନ ସୁରକ୍ଷା ସମିତି ଭାଲୁଡୁଙ୍ଗୁରିର ସଭାପତି ଚୈତନ୍ୟ ବରିହା ସଭାପତିତ୍ୱ କରିଥିବା ବେଳେ ପ୍ରକୃତିବନ୍ଧୁ ମୀନକେତନ ସାହ ଗ୍ଲୋବାଲ ୱାର୍ମିଙ୍ଗ୍‌ରୁ ରକ୍ଷା ପାଇବା ପାଇଁ ସମସ୍ତେ ସଚେତନ ହୋଇ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ନିଯୋଜିତ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦହିତା ମହାବିଦ୍ୟାଳୟର ରାଜେଶ କୁମାର ଥନାପତି, ଫରେଷ୍ଟ ଗାର୍ଡ ପ୍ରେମଶିଲା ମେହେର, ସବୁଜ ସାଥୀ ମୁଖ୍ୟ ସୁରେଶ ମେହେର, ପ୍ରବକ୍ତ ଶ୍ୟାମ ସୁନ୍ଦର ମେହେର, ବନ ସୁରକ୍ଷା ସମିତି ତଥା ସବୁଜ ସାଥୀ ସଦସ୍ୟ, ସଦସ୍ୟା ତଥା ଆବାଳ ବୃଦ୍ଧ ବନିତା ଯୋଗଦେଇ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ସଂପର୍କିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଗାଁର ପ୍ରତ୍ୟେକ ପରିବାରର ସଦସ୍ୟ ସଦସ୍ୟା ଏକ ଶୋଭାଯାତ୍ରାରେ ବୃକ୍ଷ ରୋପଣ ସହିତ ଗ୍ରାମ ପରିକ୍ରମା କରି ଗାଁର ମୁଣ୍ଡରେ ବୃକ୍ଷ ରୋପଣ କରିଥିଲେ । ଲଗାଇଥିବା ବୃକ୍ଷଗୁଡିକୁ ଗ୍ରାମବାସୀ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନ ସୁରକ୍ଷା ସମିତି ସଦସ୍ୟ ଓ ସବୁଜ ସାଥୀ ସଦସ୍ୟମାନେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.