କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଆଜି ବ୍ଲକ ସମ୍ମୁଖରେ ଗାଁ ସାଥୀ ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଦୁର୍ଗାମଣ୍ଡପଠାରୁ ଗାଁ ସାଥୀମାନେ ଏକ ରାଲିରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ସଂଘ ସଭାପତି ଭିକାରୀ କୁମାର, ସମ୍ପାଦକ ରୋହିତ ସାହୁଙ୍କ ନେତୃତ୍ୱରେ ଶତାଧିକ ଗାଁ ସାଥୀ ସାମିଲ ହୋଇଥିଲେ । ୨୫ ଦଫା ଦାବୀପତ୍ର ବିଡ଼ିଓଙ୍କ ଅନୁପସ୍ଥିତରେ ଜିପିଓଙ୍କ ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଦାବୀଗୁଡିକ ମଧ୍ୟରେ ଗାଁ ସାଥୀଙ୍କୁ ମାସିକ ପାରିଶ୍ରମିକ ପ୍ରଦାନ, ମନରେଗା କାର୍ଯ୍ୟରେ ଗାଁ ସାଥୀଙ୍କୁ ସାମିଲ କରିବା, କୋଭିଡ ସହାୟତା ରାଶି ପ୍ରଦାନ କରିବା, ମନରେଗା କାମରେ ଠିକାଦାରୀ ପ୍ରଥା ଉଛେଦ କରିବା ଆଦି ଅନ୍ତର୍ଭୁକ୍ତ । ଗଣଧାରଣା କାର୍ଯ୍ୟକ୍ରମରେ ବରିଷ୍ଠ ଗାଁ ସାଥୀ ନରୋତ୍ତମ ସେଲମା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତିରେ ପୂଜାର୍ଚନା କରିବା ପରେ ଧାରଣା ଆରମ୍ଭ ହୋଇଥିଲା । ସମ୍ପାଦକ ରୋହିତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଧାରଣା ସଭାରେ ନରୋତ୍ତମ ସେଲମା, ଯୁବରାଜ ନାଗ, ତୁମେଶ୍ୱର ସାହୁ, ସଭାପତି ଭିକାରୀ କୁମାର ପ୍ରମୁଖ ଉଦ୍ବୋଧନ ଦେଇ ଗାଁ ସାଥୀମାନଙ୍କ ପ୍ରତି ବ୍ଲକ ଓ ପଂଚାୟତ ପ୍ରଶାସନ ଉପେକ୍ଷା କରୁଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଗାଁ ସାଥୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ଯଦି ପ୍ରଶାସନ ଗୁରୁତ୍ୱ ନ ଦିଏ, ତା ହେଲେ ଆଗାମୀ ଦିନରେ ବ୍ଲକ ଓ ପଂଚାୟତକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଏହି ଧାରଣାରେ ଗାଁ ସାଥୀ ଯୁଗଳ କିଶୋର ନାୟକ, ନୀଳମଣି ବାଗ, ମାୟାଧର ଭୋଇ, ବିପ୍ର ସାହୁ, ଜଗଦିଶ ସାହୁ, ଲିମାଚାର୍ଯ୍ୟ ସାହୁ, ସୁମତି ଗହୀରଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।
Prev Post