କଳାହାଣ୍ଡି, (ନରୋତ୍ତମ ସେଲମା) : ମ.ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଚ୍ଛାଡେଙ୍ଗେନରେ କୋଭିଡ-୧୯ କଟକଣା ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଦୀର୍ଘ ୧୮ ମାସରୁ ଅଧିକ ଦିନ ହେବ କୋଭିଡ-୧୯ ପାଇଁ ବିଦ୍ୟାଳରେ ଶିକ୍ଷାଦାନ ବନ୍ଦ ରହିଥିଲା । ଆଜି ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ସରକାର ନିର୍ଦେଶ ଥିଲା । ତେଣୁ ଛାତ୍ରଛାତ୍ରୀମାନେ ଆକୃଷ୍ଟ ହୋଇ ବିଦ୍ୟାଳୟକୁ ଆସିବା ପାଇଁ ବିଦ୍ୟାଳୟ ତରଫରୁ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା । ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସାନିଟାଇଜିଙ୍ଗ ଏବଂ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ମାସ୍କ ପ୍ରଦାନ କରିଥିଲେ । ପରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ପୁଷ୍ପ ଏବଂ ଚଦନ ଦେଇ ସ୍ୱାଗତ କରାଯାଇଥିଲା । ଶିକ୍ଷକ କିଶୋର ଚନ୍ଦ୍ର ଭୋଇ, କ୍ଷେତ୍ରବାସୀ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ରେଣୁକା ନନ୍ଦ ସହଯୋଗ କରିଥିଲେ ।
Next Post