oom

ଉପାନ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

jsmm
  • ଗମ୍ଭାରୀଗୁଡାରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-କଲାହାଣ୍ଡି-ବୌଦ୍ଧ ଜିଲ୍ଲାର ସୀମାବର୍ତୀ ବଣ ପାହାଡ ଘେରା ଗୁଡଭେଲା ବ୍ଲକର ଏକ ଉପାନ୍ତ ଅଞ୍ଚଳ ଗମ୍ଭାରୀଗୁଡାଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉନ୍ନତମାନର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ, ରାଜନୈତିକ କ୍ଷେତ୍ରରେ ଉନ୍ନତି ପାଇଁ ମାର୍ଗ ଦର୍ଶନ କରାଯାଇଥିଲା । ପରିବେଶର ସୁରକ୍ଷା ସହ ସଂକୃତି ଓ ପରମ୍ପରା ବଜାୟ ରଖିବା ପାଇଁ ମତ ପ୍ରକାଶ ପାଇଥିଲା । ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଗମ୍ଭାରୀଗୁଡା ସର୍କଳ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଜ୍ଜ୍ୱଳ ଭୋଇଙ୍କ ସଭାପତିତ୍ୱରେ ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ ମୁଖ୍ୟ ଅତିଥି, ରଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ ମୁଖ୍ୟ ବକ୍ତା ଓ ସମ୍ମାନୀୟ ଅତିଥି ଭାବେ ବ୍ଲକ ସଭାପତି ହାଡୁ ଭୋଇ, ରାଜ୍ୟ ସଭ୍ୟ ହେମସାଗର ଭୋଇ, କଳାହାଣ୍ଡି ଜିଲ୍ଲା ସଭାପତି ପଦ୍ମନ ପାତ୍ର, ସମିତି ସଭ୍ୟା ଗୀତା ଭୋଇ, ସରପଞ୍ଚ ହେମ ମାଝୀ, ସ୍ୱାସ୍ଥ୍ୟ ସେବିକା ପ୍ରମୋଦିନୀ ଦଲପତି, ନିମନ୍ତ୍ରୀତ ଅତିଥି ସୁବାଷ ଭୋଇ, ଅଭିରାମ ଭୋଇ, ହରୀ ମାଝୀ, ରମାକାନ୍ତ ଭୋଇ, ଦାଶରଥି ଭୋଇ, ଘାସିରାମ କଏଣ୍ଡା, ପରୁନ୍ଦର ମାଝୀ, ମୋହନ ଭୋଇ, ଜଗଦିଶ ପୁଟା, ସୁରେନ୍ଦ୍ର ଧରୁଆ, ବିଦ୍ୟାଧର ପାତ୍ର, ସଂଜୁ ଭୋଇ, ଟଙ୍କଧର ଭୋଇ, ସଷ୍ଟମ ଭୋଇ, ଦୟାନିଧି ମାଝୀ, ବିଦ୍ୟା ପାତ୍ର ଯୋଗ ଦେଇଥିଲେ । ବୟୋଜ୍ୟେଷ୍ଠ ସମାଜସେବୀମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଇଷ୍ଟ ଦେବ ବଡଦେଓ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶୁକୃ ଧରୁଆ ସଭା ପରିଚାଳନା କରିଥିବା ବେଳେ ଜିଏସୟୁର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.