ମାଣ୍ଡୋସିଲ ଗ୍ରାମଠାରେ ଜିଲ୍ଲା ବିଜୁ ମହିଳା ଜନତା ଦଳର ଶ୍ରମଦାନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗାଁ ପ୍ରାଥମିକ ବିଦ୍ୟାଳୟଠାରେ ନୂଆପଡ଼ା ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଗତକାଲି ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସରସ୍ୱତୀ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେଡି ଜିଲ୍ଲା ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ, ସମ୍ମାନୀତ ଅତିଥି ଭାବରେ ଭୂମିସୂତା ଦଳପତି, ବିଜୟ ଲକ୍ଷ୍ମୀ ପାତ୍ର, ସବିତା କୁମ୍ଭାର, ବାସନ୍ତୀ କଟା, ଅନିତା ବାରିକ ପ୍ରମୁଖ ଯୋଗଦାନ କରିଥିଲେ । ସନ୍ତୋଷ କୁମାର ବିଶି ମଞ୍ଚ ପରିଚାଳନା କରିଥଲେ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନରୁ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ ତାରିଖ ଦିନ ଉଦ୍‌ଯାପିତ ହେବ । ଏହି ଅବସରରେ ନୂଆପଡ଼ା ଜିଲ୍ଲା ବିଜେଡ଼ି ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯାଉଅଛି । ଆଜି ମଧ୍ୟ ମାଣ୍ଡୋସିଲ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇ ଗ୍ରାମବାସୀଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ୨୦୦ରୁ ଅଧିକ ମହିଳା ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.