ବଡବନ୍ଧରେ ସଫେଇ କାର୍ଯ୍ୟକ୍ରମ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗାଁରେ ଶନିବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଁର ଯୁବକମାନେ ମିଶି ଗାଁ ପୋଖରୀର ଗାଧୁଆ ତୁଠ ସଫା କରିଥିବା ବେଳେ ଆଗକୁ ମଧ୍ୟ ଗାଁର ଅନେକ ଯୁବକଙ୍କୁ ଅଭିଯାନରେ ସାମିଲ କରି ବିଭିନ୍ନ ସ୍ଥାନ ସଫା କରିବାକୁ ଆଗେଇବେ ବୋଲି ଆଶା ରଖିଛନ୍ତି । ରାଜେଶ ଗଡତ୍ୟାଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉତ୍ତର ନାଏକ, ରୋହିତ ଥାନପତି, ସୁରୁବାବୁ ବେମାଲ, ଟୁକୁ ସେଠ୍, ଉତ୍କଳ ନାଏକ, ରୋଶନ ପାଧାନ, ସୁକାନ୍ତ ପୁଟେଲ୍, ରତ୍ନ ଭୋଇ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇ ସଫେଇ କରିଥିଲେ ।

Leave A Reply

Your email address will not be published.