ଶିଷକେଲାରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିଷକେଲା ଖେଳ ପଡିଆଠାରେ ବିକିଜି ନାଗଙ୍କ ନେତୃତ୍ୱରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟେଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଖାରିବାହାଲ ଓ ପାଇକସମରା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଖାରିବାହାଲ ବିଜୟ ଲାଭ କରିଥିଲା । ଏହି ଖେଳକୁ କ୍ରିଷ୍ଣା, ବାପି, ହେମନ୍ତ, ଅଭି, ଲକ୍ଷ୍ମଣ, ଜଲ୍ମେ ଓ ପରମାନନ୍ଦ ସହଯୋଗ କରିଥିଲେ । ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ଶିଷକେଲା ସରପଞ୍ଚ ଉମାକାନ୍ତ ରଣା ଓ ସମ୍ମାନିତ ଅତିଥି ଭାବେ ପବିତ୍ର ସାହୁ ଯୋଗଦାନ କରି ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରି ଆର୍ଥିକ ରାଶି ପ୍ରଦାନ କରିଥିଲେ ।

Leave A Reply

Your email address will not be published.