oom

ଲୋଇସିଂହା ବ୍ଳକରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ : ବିଜେଡିରେ ସାମିଲ ହେବା ପାଇଁ ଲୋକଙ୍କ ଲମ୍ୱା ଲାଇନ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକର ୩୪ ନମ୍ବର ଜୋନରେ ଆଜି ମିଶ୍ରଣ ପର୍ବ ଓ ଆଗାମୀ ଦିନରେ ହେବାକୁ ଯାଉ ଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେର ବିଜେଡି ସାଧାରଣ ସଂପାଦକ ତଥା ଜିଲ୍ଲା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବ୍ଳକ ସଭାନେତ୍ରୀ ଜୋଷ୍ଣାମୟୀ ନାଗ, ଜିଲ୍ଲା ଉପସଭାପତି ପ୍ରଦୀପ ଗୁରୁ, ଜିଲ୍ଲା ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ପଞ୍ଚାୟତର ଲୋକେ ବିଜେଡି ଉପରେ ଆକୃଷ୍ଟ ହୋଇ ସାମିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଯୁବ ସଂଯୋଜକ ସରୋଜ ମହାକୁର ସଭା ସଂଯୋଜନା କରିଥିଲେ । ନେହେରୁ ବିଶ୍ୱାଳ, ରତାଖଣ୍ଡି ସରପଞ୍ଚ ଶେଷଦେବ ଖମାରୀ, କରିନ ସାହୁ, ଗୋପୀନାଥ ବିଶ୍ୱାଳ, ରୋହିତ ପସାୟତ, ଲାଲ ବିହାରୀ ସାହୁ, ଜୟ କୃଷ୍ଣ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.