csstore

ଜାନିପଡା ଟିଟିଲାଗଡ଼ରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଜାନିପଡାରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଗୀତିକାର ତଥା ଅଧ୍ୟାପକ ଜନକ ସେଠ୍, କମେଡି କିଂଗ ଯୋଗେଶ ଜୋଜୋ ଏବଂ ଆଲବମ୍ ଅଭିନେତା ବାପି ଯୋଗ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବାପୁଜୀ ୟୁଥ୍ କ୍ଳବ୍ ଜାନିପଡା ଦ୍ୱାରା ପରିଚାଳିତ ହୋଇଥିଲା । ବିଜୟୀ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଏବଂ ଟ୍ରଫି ଦିଆହେଲା । ଦୀର୍ଘ ଦିନର ବ୍ୟବଧାନ ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଜୋଗେଶ ଜୋଜୋ ଖୁସି ଜାହିର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତେକ ବର୍ଷ କରିବାକୁ ଗୀତିକାର ଜନକ ସେଠ୍ କମିଟି କର୍ମକର୍ତ୍ତାମାନଙ୍କୁ ଆହ୍ୱାନ କରିଥିଲେ । ଶେଷରେ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.