ବରାହ ଫାସରେ ଯୁବକ ମୃତ, ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାନୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସୁଲିଆବାହାଲ ଗାଁଁ ନିକଟରେ ଥିବା ଜଙ୍ଗଲ ମଝିରୁ ଯୁବକର ମୃତ ଦେହ ମାଟି ତଳୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ସୂଚନା ଅନୁଯାୟୀ ତେଲେନପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି ଗ୍ରାମର ରାଧାମୋହନ ରଣାଙ୍କ ପୁଅ ବସନ୍ତ ରଣା(୨୩) ଦୀର୍ଘ ପାଞ୍ଚ ଦିନ ଧରି ନିଖୋଜ ଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ଖପ୍ରାଖୋଲ ପୁଲିସ କୌଣସି ସୁତ୍ରରୁ ଖବର ପାଇ ସୁଲିଆବାହାଲ ଗାଁ ପାଖରେ ଥିବା ଜଙ୍ଗଲ ମଧ୍ୟରୁ ମାଟି ତଳୁ ବସନ୍ତ ରଣାର ମୃତ ଦେହକୁ ଉଦ୍ଦାର କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଉଭୟ ଲାଠୋର ଓ ଖପ୍ରାଖୋଲ ପୁଲିସ ଯାଇ ତଦନ୍ତ କରୁଥିବା ବେଳେ ଘଟଣାର ପ୍ରକୃତ ରହସ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

Leave A Reply

Your email address will not be published.