pakka

ବଲାଙ୍ଗିର ରେଡ଼କ୍ରସ କର୍ମୀ ଦେଖାଇଲେ ମହାନତା : ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଲେ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସମୟ ୨:୩୦ ଘଣ୍ଟା ସମୟରେ ପୁରୀର ଏକ ହୋଟେଲ ସମ୍ମୁଖ ଗୋଲଡେନ ବିଚ ବେଳାଭୂମି ସମୁଦ୍ରରେ ଗାଧୋଇବା ସମୟରେ ପଶ୍ଚିମବଙ୍ଗରୁ ଆସିଥିବା ମାଧ୍ୟବ ଚକ୍ରବର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନିତା ଚକ୍ରବର୍ତ୍ତୀ ସମୁଦ୍ର ଢେଉରେ ଭାଷି ଯାଇଥିବା ବେଳେ ପାଖରେ ଉପସ୍ଥିତ ଥିବା ଲୋକମାନେ ପାଟିତୁଣ୍ଡ କରିବକୁ ଲାଗିଲେ । ଠିକ୍‌ ସେହି ସମୟରେ ପାଖରେ କୌଣସି ସେଫଗାର୍ଡ ନଥିଲେ । ତେବେ ଅନ୍ୟ କୌଣସି କଥାକୁ ଭୃକ୍ଷେପ ନକରି ଉପସ୍ଥିତ ଥିବା ତଥା ପହଁରା ଜାଣିଥିବା ବଲାଙ୍ଗିର ଜିଲ୍ଲାର ଡେଙ୍ଗ ହାଇସ୍କୁଲର କାର୍ଯ୍ୟରତ ଶିକ୍ଷକ ତଥା ରେଡ଼କ୍ରସକର୍ମୀ ରାମ ନାରାୟଣ ଦାଶ ସମୁଦ୍ରରୁ ଭିତରକୁ ଯାଇ ଉଭୟଙ୍କୁ କୂଳକୁ ଆଣିଥିଲେ । ଉଭୟଙ୍କ ଚେତା ନଥିଲା । ପରେ ବଲାଙ୍ଗିର ଜିଲ୍ଲାର ଅଙ୍କରିଆପଦର ହାଇସ୍କୁଲର ଜୁନିୟର ରେଡ଼କ୍ରସ କାଉନସେଲର ତଥା ଫାଷ୍ଟଏଡ଼ର ରଶ୍ମିରାଣୀ ଦାଶଙ୍କ ସହଯୋଗରେ କ୍ରାଉଡ଼ ମେନେଜମେଂଟ କରିବା ସହ ଫାଷ୍ଟଏଡ଼ ଦେଲା ପରେ ଉଭୟଙ୍କ ଚେତା ଆସିଥିଲା । ରେଡ଼କ୍ରସକର୍ମୀ ତକ୍ଷଣାତ ସମୁଦ୍ର ଭିତରକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଥିବା କାର୍ଯ୍ୟକୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଆତ୍ମୀୟଜନ, ଫୋଟୋଗ୍ରାଫର ବାପୁଜୀ ରାଓ, କେ. ବାବୁ, ୟୁ ଚନ୍ଦ୍ର ରାଓ, ପରେ ଆସି ଥିବା ସେଫଗାର୍ଡ ବନ୍ଧୁଗଣ ତଥା ଉପସ୍ଥିତ ଜନସାଧାରଣ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

2 × five =