pakka

ବେଳାଭୂମିରେ ରେଡ଼କ୍ରସ କର୍ମୀ ଦ୍ୱାରା ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ସେଚେତନତା କାର୍ଯ୍ୟକ୍ରମ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବେଳାଭୂମିରେ ବଲାଙ୍ଗିର ରେଡ଼କ୍ରସ କର୍ମୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ସେଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଗୋଲଡେନ ବିଚ୍‌ରେ ରେଡ଼କ୍ରସ କର୍ମୀମାନଙ୍କ ଦ୍ଵାରା ଲୋକମାନଙ୍କୁ ସମ୍ବଳ ଆମର, ଏହାର ସ୍ୱଚ୍ଛତା, ସୁରକ୍ଷା ଓ ଯତ୍ନ ଆମ୍ଭମାନଙ୍କର କର୍ତ୍ତବ୍ୟ ଅଟେ କହି ଅବଗତ କରିବା ସହ ବେଳାଭୂମି ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ପ୍ରଥମେ ସେଚେତନ କରାଯାଇଥିଲା । ପରେ ଗୋଲଡେନ ବିଚ୍‌ରେ ପଡିଥିବା ଆଳିଆକୁ ଗୋଟାଇ ବେଳାଭୂମିକୁ ସଫା କରାଯାଇଥିଲା । କାର୍ଯ୍ୟକ୍ରମରେ ରେଡ଼କ୍ରସ କର୍ମୀ ରାମ ନାରାୟଣ ଦାଶ, ଅଙ୍କରିଆପଦର ହାଇସ୍କୁଲର ଜୁନିୟର ରେଡ଼କ୍ରସକ କାଉନସେଲର ରଶ୍ମିରାଣୀ ଦାଶ, ସ୍ୱେଚ୍ଛାସେବୀ କୈଲାସ ମେହେର, ହରି ମେହେର, ବିନୟ ମେହେର, କିରନ ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

three × four =