csstore

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ରବିଚନ୍ଦ୍ର ପାତ୍ର ମନୋନୀତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରୂପେ ରବିଚନ୍ଦ୍ର ପାତ୍ର ମନୋନୀତ ହୋଇଥିବା ବିଷୟ ଜିଲ୍ଲା ସଭାପତି ଅନାମ ନାୟକ ଘୋଷଣା କରିଛନ୍ତି । ଶ୍ରୀ ପାତ୍ର କଂଗ୍ରେସର ଜଣେ ବରିଷ୍ଠ କର୍ମୀ, ସମାଜ ସେବୀ, ବାଲିଗୁଡ଼ାର ପୂର୍ବତନ ସରପଞ୍ଚ, ବ୍ଲକ ସଭାପତି ଦାୟିତ୍ୱରେ ଥିଲେ । ଶ୍ରୀ ପାତ୍ରଙ୍କୁ ମନୋନୀତ କରିଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ, ସଂଯୋଜକଙ୍କୁ ସେ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ସମଗ୍ର କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ।

jayashree
Leave A Reply

Your email address will not be published.