csstore

ଡେଲାଙ୍ଗରେ ପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଆକାଶ ଛୁଆଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଘୋରଡିଆ ବଜାର, କଲ୍ୟାଣପୁର, ଡେଲାଙ୍ଗ ହାଟ ବଜାର, ଇଂଦିପୁର ବଜାର, ଡେଲାଙ୍ଗ ଷ୍ଟେସନ ବଜାର, ଅରିଷଲ ବଜାର, ରେଙ୍ଗଳ ବଜାରରେ ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଦର ଆକାଶ ଛୁଆଁ । ଅଚାନକ ଦର ବୃଦ୍ଧି ଯୋଗୁଁ ଗ୍ରାହକ ମନରେ ଅସନ୍ତୋଷ ଦେଖା ଦେଇଛି । ହେଲେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ନିରବ ରହିଛି । ବର୍ତମାନ ଆଳୁ ଏକ କିଗ୍ରା କୋଡିଏ ଟଙ୍କା, ପିଆଜ ଏକ କିଗ୍ରା ପଚାଶ ଟଙ୍କା, ଫୁଲ କୋବି ଏକ କିଗ୍ରା ଅଶି ଟଙ୍କା, ବାଇଗଣ ଏକ କିଗ୍ରା ଷାଠିଏ ଟଙ୍କା, ପୋଟଳ ଏକ କିଗ୍ରା ଅଶି ଟଙ୍କା, ଅମୃତଭଣ୍ଡା ଏକ କିଗ୍ରା ତିରିଶରୁ ଚାଳିଶ ଟଙ୍କା, କାଙ୍କଡ ଏକ କିଗ୍ରା ଅଶି ଟଙ୍କା ଟମାଟୋ ଏକ କିଗ୍ରା ଅଶି ଟଙ୍କା, କାକୁଡ଼ି ଏକ କିଗ୍ରା ଷାଠିଏ ଟଙ୍କା, ଛୋଟ ସମୁଦ୍ର ଚିଙ୍ଗୁଡି ଦୁଇ ଶହ ପଚାଶରୁ ତିନି ଶହ ଟଙ୍କା, ବଡ଼ ଚିଙ୍ଗୁଡି ଏକ କିଗ୍ରା ଛଅ ଶହ ଟଙ୍କା, ଚୁନାମାଛ ଏକ କିଗ୍ରା ଦେଢ଼ ଶହରୁ ଦୁଇ ଶହ, ବଡ଼ ମାଛ ଦୁଇ ଶହ ପଚାଶରୁ ଦୁଇ ଶହ ପଚାଶ ଟଙ୍କା, କୁକୁଡ଼ା ମାଂସ ଏକ କିଗ୍ରା ଦୁଇ ଶହ କୋଡିଏ ଟଙ୍କା, ଛେଳି ମାଂସ ଏକ କିଗ୍ରା ସାତ ଶହରୁ ଆଠ ଶହ ଟଙ୍କା, ଅଣ୍ଡା ଗୋଟା ପ୍ରତି ଛଅରୁ ସାତ ଟଙ୍କାରେ ବିକ୍ରି ହେଉଛି । ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବ୍ଲକ ପ୍ରଶାସନ ଅଧିକାରୀମାନେ ଦର ଦାମ ନିୟନ୍ତ୍ରଣ କରିବାରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଛଡ଼ା ଦରରେ ଖାଉଟି ସମଗ୍ରୀ ବିକ୍ରି କରି ଉପଭୋକ୍ତାଙ୍କୁ ଶୋଷଣ କରୁଛନ୍ତି । ଏଥିପାଇଁ ସାଧରଣ ଜନତା, ଖଟିଖିଆ ଦିନମଜୁରିଆ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

jayashree
Leave A Reply

Your email address will not be published.