ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀ ମାନଙ୍କର ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି । ଅଶ୍ୱନି ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ ୨୧ ପ୍ରକାର ଫଳ, ସାତ ପ୍ରକାର ଫୁଲ, ଶହେଆଠ ଦୁବ, ନଡ଼ିଆ, ଅରୁଆ, ଚାଉଳ, ଅଲା, ଡାଳ, ଆଖୁ, ବେଲପତ୍ର ଆଦିକୁ ପୂଜାରେ ଚଢାଇବା ସହ ଭାଇର ଦୀର୍ଘାୟୁଷ କାମନା କରି ଭାଇ ଜିଉଁନ୍ତିଆ ବ୍ରତ ପାଳନ କରିଥାନ୍ତି । ତେବେ ଚଳିତ ବର୍ଷ ବ୍ଳକର ଘୁନସର, ବେଲଗାଁ, ବନାରସ, ବରଗାଁ ଭଳି ଅନେକ ସ୍ଥାନରେ ରୀତିନୀତି ଅନୁଯାୟୀ ଭାଇ ଜିଉଁନ୍ତିଆ ଉଷା ପାଳିତ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.