oom

କୋଶଲୀ ଚଳଚ୍ଚିତ୍ର ‘ସରଗପୁରେ ନୂଆଁଖାଇର ଚିନ୍ତା’ ମୁକ୍ତିଲାଭ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଲ୍ୟାଣ ମଣ୍ଡପ ଠାରେ ବୁଲୁ ବଗର୍ତ୍ତିଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦ ନାଟ୍ୟ ସଂସଦ (ଆମର କଳାକାର)ର କାର୍ଯ୍ୟକର୍ତା ମାନଙ୍କ ଦ୍ଵାରା ‘ସରଗପୁରେ ନୂଆଁଖାଇର ଚିନ୍ତା’ ଫିଲ୍ମର ଶୁଭ ମୁକ୍ତି ଲାଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଗୁଣ ସାଗର ମାଝୀ, ସମ୍ମାନିତ ଅତିଥି ଆଇନଜୀବୀ ସୁବୋଧ ମିଶ୍ର, ଭୀମସେନ ସ୍ୱାଇଁ, କମିଟି ସଭାପତି ଅଭିମନ୍ୟୁ ରଣା, ବଜରଙ୍ଗ ଲାଲ ଅଗ୍ରୱାଲ, ସାନ, ବଡ଼ ପ୍ରମୁଖ ଯୋଗଦେଇ ଥିଲେ । ବୁଲୁ ବଗର୍ତ୍ତିଙ୍କ କାହାଣୀ ସଂଲାପ ଓ ନିର୍ଦ୍ଦେଶନାରେ କ୍ଷୁଦ୍ର ଚଳଚ୍ଚିତ୍ର ଅନୁଷ୍ଠିତ ହୋଇଥିବା ବେଳେ ସଙ୍ଗୀତ କୁନି ଛତ୍ରିଆ, ବିଜିଏମ ରାକେଶ ନାୟାର, କ୍ୟାମେରା ରାମ ନାରାୟଣ ବାଗ, ବିଭୂତି ଭୂଷଣ ସାହୁ ଦାୟିତ୍ୱ ନିର୍ବାହ କରିଛନ୍ତି । ଅଭିନୟ ଭୂମିକାରେ ସାନ, ବଡ଼, ବିଭୂତି, ଅମରେଶ, ସରକୁ, ରଜତ, ଡୋଳା, କ୍ଷେତ୍ର, ସନ୍ୟାସୀ, ଚନ୍ଦ୍ର, ପୂରନ, ପ୍ରସନ୍ନ, ଡା. ବିଶ୍ୱଜିତ, ଦେବେନ୍ଦ୍ର, ଫକୀର, ମୁନୁ, ଟୁନା, କ୍ରିଷ୍ଣ।, ଶୁଭମ, ସନ୍ଧ୍ୟା, ରୋଲି, ମୁସ୍କାନ, ପାଣ୍ଡବ ପ୍ରମୁଖ ଭୂମିକାରେ ରହିଛନ୍ତି । ଚୌତନ୍ୟ ପୋଢ଼ ଏଡିଟିଙ୍ଗ କରିଥିବା ବେଳେ ଶେଷରେ ଚନ୍ଦ୍ର ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.