csstore

ସଇଁନ୍ତଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁନ୍ତଲା ବ୍ଳକ ସ୍ଥାନୀୟ ଲାଂଥ ନଦୀଠାରେ ନମାମି ଜିଲ୍ଲା ସଂଯୋଜକ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସଂକର୍ତ୍ତନ ଦଳ ପକ୍ଷରୁ ନାମ କୀର୍ତ୍ତନ ଆରମ୍ଭ ହେବା ପରେ ନଦୀ କୂଳକୁ ଯାଇ ଆଳତୀ ଜାଳି ମୋଦୀଙ୍କ ଦୀର୍ଘାୟୁ କାମନା କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ବିଜେପି ପକ୍ଷରୁ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନମାମୀ ରାଜ୍ୟ ସଭାପତି ମହେଶ୍ବର ସାହୁ, ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ, ସଇଁନ୍ତଲା ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଚୌହାନ, ପ୍ରେମାନନ୍ଦ ସାହୁ, ବାସୁଦେବ ଚୌହାନ, ରାଜେଶ ସାହୁ, ଦୁଷ୍ମନ୍ତ ପଧାନ, କ୍ଷୀମଣ୍ତ ସାହୁ, ସାଂସଦଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ଦୁଃଖିଶ୍ୟାମ ରଣା, ଭାବଗ୍ରାହୀ ମେଘୁଆ, କରୁଣା ସିନ୍ଧୁ ପସାୟତ, ନରେନ୍ଦ୍ର ଘିଭେଲା, ମହେନ୍ଦ୍ର ଚିନ୍ଦା, କୃଷ୍ଣ ମାଝୀ, ଅଶୋକ ଦନ୍ତା ସମେତ ବିଜେପିର ଶତାଧିକ କର୍ମୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.