csstore

ଛାତ୍ର ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, (ନରତ୍ତୋମ ସେଲ୍‌ମା) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅବସରରେ ରିଷିଡା ବାପୁଜୀ ହାଇସ୍କୁଲ ଠାରେ ସଫେଇ କାର୍ଯ୍ୟ କରାଯାଇଥିଲା । ଛାତ୍ର ବିଜେଡି ବ୍ଲକ ସଭାପତି ସଲିମ ଶେଖର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭୂପିନ୍ଦର ସିଂ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ଯୁବ ବିଜେଡି ବ୍ଲକ ସଭାପତି ସଂଗୀତ ଭୋଇ, ଛାତ୍ର ନେତା ନିମାଇଁ ଚରଣ ବେହେରା, ଯୁବନେତା ତ୍ରିଶଙ୍କ ରଣା, ପୌରକେଲା ସମିତି ସଭ୍ୟ ସିମାଞ୍ଚଳ ଭୋଇ, ନେମିଚନ୍ଦ ଜୈନ, ନନ୍ଦକିଶୋର ରଣା, ଲିଙ୍ଗରାଜ ରଣା ପ୍ରମୁଖ ଯୋଗଦେଇ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.