oom

ଶାନ୍ତିପଡାରେ ଏଥର ନବଦିନାତ୍ମକ ଦୁର୍ଗାପୂଜା : କଳସ ଶୋଭାଯାତ୍ରା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସ୍ଥାନୀୟ ଶାନ୍ତିପଡ଼ାରେ ନବଦିନାତ୍ମକ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି ପୂଜାରମ୍ଭ ପାଇଁ କଳସ ଶୋଭାଯାତ୍ରା କନ୍ଧପାଲିପଡା ପୋଖରୀରୁ ବାହାରିଥିଲା । ଆଜି ସନ୍ଧ୍ୟା ୬ଟା ସମୟରେ ଶାନ୍ତିପଡା ଦୁର୍ଗାପୂଜା କମିଟିର ସଦସ୍ୟମାନଙ୍କ ସହ ପୂଜକମାନେ ଏକ ଶୋଭାଯାତ୍ରାରେ ବାହାରି ପୋଖରୀରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ମା’ଙ୍କ ମଣ୍ଡପକୁ ଆଣିଥିଲେ । ଆଜି ଅପରାହ୍ନରେ ବିଳ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ଆସନ୍ତାକାଲି ମା’ ଶୈଳପୁତ୍ରୀ ବେଶରେ ପୂଜା ପାଇବେ । ସେହିପରି ଶୁକ୍ରବାର ଦିନ ବ୍ରହ୍ମଚାରିଣୀ, ଶନିବାର ଦିନ ଚନ୍ଦ୍ରଘଂଟା ଓ କୁଷ୍ମାଣ୍ଡା, ରବିବାର ଦିନ ସ୍କନ୍ଦମାତା, ସୋମବାର ଦିନ କାତ୍ୟାୟନୀ, ମଙ୍ଗଳବାର ଦିନ ସପ୍ତମୀ ତିଥିରେ କାଳରାତ୍ରି (ଭାଇଜିଇଁନ୍ତିଆ ପର୍ବ), ବୁଧବାର ମହାଷ୍ଟମୀ ଅବସରରେ ମହାଗୌରୀ ପୂଜା ସହ ସନ୍ଧିପୂଜା ଅନୁଷ୍ଠିତ ହେବ । ଗୁରୁବାର ମହାନବମୀରେ ମା’ ସିଦ୍ଧିଦାତ୍ରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ପ୍ରଦାନ କରିବେ । ଶୁକ୍ରବାର ବିଜୟାଦଶମୀ ପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ଶାନ୍ତିପଡାର ଦୁର୍ଗାପୂଜାରେ ସଭାପତି ଭାବେ ପାର୍ଥ କୁମାର କର୍ଣ୍ଣ, ଉପସଭାପତି ଭାବେ ନାରାୟଣ ମହାକୁର, ସମ୍ପାଦକ ଭାବେ ଦେବରାଜ ନାଗ, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଗଡୁଆ ଦାୟିତ୍ୱ ତୁଲାଉଥିବା ବେଳେ ପୂଜା ଦାୟିତ୍ୱ ନିର୍ବାହ କରୁଛନ୍ତି ସୁମନ୍ତ ମିଶ୍ର ।

jittmm
Leave A Reply

Your email address will not be published.