csstore

କେନ୍ଦ୍ର ମନ୍ତ୍ରୀଙ୍କ ଜନ ଆଶିର୍ବାଦ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତୀୟ ଜନତା ପାର୍ଟିର ଜନ ଆଶିର୍ବାଦ ଯାତ୍ରା କ୍ରମରେ ଆଜି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ବରଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୁଲିପାଲି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ସଭାପତିତ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ସୁରେଶ୍ଵର ଶତପଥୀ, ଡାକ୍ତର ଅରୁପା ସାହୁ, ସୌରୀ ବାରିକ ପ୍ରମୁଖ ବହୁ ନେତା କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ପରେ ସେ ହଲଦୀପାଲି ସ୍ଥିତ ବୀର ଛକରେ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ସର୍ଦାର ପ୍ରୀତମ ସିଂ, ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଘେଁସଠାରେ ମଧ୍ୟ ସହୀଦ ମାଧୋ ସିଂଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରେ ସୁଶାନ୍ତ ମିଶ୍ରଙ୍କ ସମେତ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ । ଆଜି ସଂଧ୍ୟାରେ ମନ୍ତ୍ରୀ ଶ୍ରୀ ଟୁଡୁ ବରଗଡ଼ର ଗ୍ରାମ୍ୟ ଦେବୀ ମା’ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କରିଥିଲେ । ସେଠାରେ ମା’ ସମଲେଶ୍ଵରୀ ଦେବୀଙ୍କ ମନ୍ଦିର କମିଟି ପକ୍ଷରୁ ସଭାପତି ସମୀର ପ୍ରଧାନ ଏବଂ କମିଟିର ସଦସ୍ୟ ମାନେ ତାଙ୍କୁ ମା’ଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.