pakka

କଂଗ୍ରେସ ବିକ୍ଷୋଭରେ ବିଧାୟକ ରମେଶ ଜେନା ଗର୍ଜିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କଂଗ୍ରେସ ପାର୍ଟି ପକ୍ଷରୁ ଗତକାଲି ଏକ ବିଶାଳ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଚାଷୀ, ମୂଲିଆ, ଶ୍ରମିକ, ନେତ୍ତୃବର୍ଗଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରୋଧୀଦଳର ନେତା ତଥା ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆରମ୍ଭରୁ ଶେଷ ଯାଏଁ ସରକାରଙ୍କ ମାରଣ ନୀତି, ହିଂସାତ୍ମକ, ଅଗଣନ୍ତାନ୍ତ୍ରିକ ଦର୍ଶାଇ ପ୍ରବଳ ତାତି ଜିଲ୍ଲା ପ୍ରଶାସନ ଆଗରେ ବର୍ଷିଥିଲେ । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ସ୍ଥ ଖିରୀଠାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଆଠଜଣ ଚାଷୀଙ୍କ ଉପରେ ଗାଡି ମାଡି ଚାଷୀଙ୍କୁ ହତ୍ୟା କରାଯାଇଥିବା ସାଂଗକୁ ଘଟଣା ସମ୍ପର୍କରେ ଆଶ୍ୱାସନା ଓ ସମବେଦନା ଜଣାଇବା ନିମନ୍ତେ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖାଯିବା ସହ ତାଙ୍କୁ ଗିରଫ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିକ୍ଷୋଭକାରୀ ରମେଶ ଜେନା ଏବଂ ଅନ୍ୟ କଂଗ୍ରେସର ଜିଲ୍ଲା ନେତ୍ତୃବର୍ଗ ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ରମେଶ ଜେନାଙ୍କ ନେତ୍ତୃତ୍ୱରେ ଏକ ବିରାଟ ରାଲି ବାହାରି ସହର ପରିକ୍ରମା ହୋଇଥିଲା । ବହୁସଂଖ୍ୟକ ମହିଳା ଓ ପୁରୁଷ କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଜୟ ସାହୁ, ପ୍ରଶାନ୍ତ ବିଷୋୟୀ, ବନଜା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀ, ନଗର କଂଗ୍ରେସ ସଭାପତି ଜଲାଲ ଖାନ, ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜିତ ଆଚାର୍ଯ୍ୟ, ରାଷ୍ଟ୍ରୀୟ କିଷାନ ସଂଘର ସମ୍ପାଦକ ରଶ୍ମି ପଟ୍ଟନାୟକ, ଜିଲ୍ଲା ଆଇଏନଟିୟୁସି ସାଧାରଣ ସମ୍ପାଦକ ଇଜୁ ଅମିନ ଖାନ, ଚିକଲଖଣ୍ଡି ସରପଞ୍ଚ ରାମସ୍ୱାମୀ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରାଓ, ଆଇନଜୀବୀ ବାବୁ ନାହାକ, ରାମ ତ୍ରିପାଠୀ, ଦୀପକ ରାଉଳ, ଦେବାଶିଷ ମହାନ୍ତି, ରଞ୍ଜିତ ରଥ, ଚିଦାନନ୍ଦ ପ୍ରଧାନ, ମାନସ ସ୍ବାଇଁ, ପାପା ରାଓ, ମହେଶ କୁମାର ଗୌଡ଼, ରାକେଶ ପ୍ରଧାନ, ଭାବନୀ ସାହୁଙ୍କ ସମେତ ଶତାଧିକ ଛାତ୍ର, ଯୁବକ, ମହିଳା ଏବଂ କଂଗ୍ରେସ ପ୍ରେମୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

18 − twelve =