centurian jitm

କରୋନା ରଚୁଛି ମୃତ୍ୟୁର ତାଣ୍ଡବ ଲୀଳା : ଗତ ୨୪ ଘଂଟାରେ ରାଜ୍ୟରେ ୧୬ ମୃତ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ରଚୁଛି ମୃତ୍ୟୁର ତାଣ୍ଡବ ଲୀଳା । ରାଜ୍ୟର ଯେଉଁଠି ଦେଖିଲେ ଚିହ୍ନା ଲୋକଙ୍କ ମୃତ୍ୟୁରେ ଆତଙ୍କିତ ହୋଇ ପଡ଼ୁଛନ୍ତି ରାଜ୍ୟବାସୀ । ଏମିତି ବେଳାରେ ଆଜି ପୁଣି ୧୬ ଜଣଙ୍କ ଜୀବନ ନେଇଛି କରୋନା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଏବେ ୮୧୩ରେ ପହଂଚିଛି । ଆଜି ବାଲେଶ୍ୱରରୁ ୫୫ ବର୍ଷୀୟ ଜଣେ ପୁରୁଷ, ୬୫ ବର୍ଷୀୟ ଜଣେ ମହିଳା ଏବଂ ଜଣେ ୬୩ ବର୍ଷର ପୁରୁଷ, ଭୁବନେଶ୍ୱରର ଜଣେ ୭୮ ବର୍ଷୀୟ ବୃଦ୍ଧ ଓ ଜଣେ ୬୩ ବର୍ଷର ମହିଳା, ବଲାଙ୍ଗିର ଜିଲ୍ଲାର ଜଣେ ୬୬ ବର୍ଷର ବୃଦ୍ଧ, କଟକର ଜଣେ ୬୭ ବର୍ଷୀୟ ବୃଦ୍ଧ, ଢେ଼ଙ୍କାନାଳର ଜଣେ ୬୧ ବର୍ଷର ପୁରୁଷ, ଗଂଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ମହିଳା, କଳାହାଣ୍ଡି ଜିଲ୍ଲାର ୪୫ ବର୍ଷୀୟ ଜଣେ ମହିଳା, କନ୍ଧମାଳ ଜିଲ୍ଲାର ୬୩ ବର୍ଷୀୟ ଜଣେ ପୁରୁଷ, ମୟୁରଭଂଜ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧା ଏବଂ ୪୦ ବର୍ଷୀୟ ଜଣେ ପୁରୁଷ, ନବରଙ୍ଗପୁର ଜିଲ୍ଲାର ଜଣେ ୫୪ ବର୍ଷୀୟ ପୁରୁଷ, ପୁରୀ ଜିଲ୍ଲାର ୬୫ ବର୍ଷୀୟ ଜଣେ ପୁରୁଷ ଏବଂ ୭୯ ବର୍ଷୀୟ ଜଣେ ବୃଦ୍ଧଙ୍କ ଜୀବନହାନୀ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.