କୃଷକଙ୍କ ପାଇଁ ମୃତ୍ୟୁର ଆଦେଶ ପତ୍ର ହେଉଛି ନୂଆ ଆଇନ, ଭାରତରେ ମରି ସାରିଛି ଲୋକତନ୍ତ୍ର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କୃଷି ଆଇନକୁ ନେଇ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧୀ ରାଜ୍ୟସଭାରେ ବିଲ୍‌ ପାସ ହୋଇଥିବା ପ୍ରକ୍ରିୟା ଉପରେ ଜବର୍‌ଦସ୍ତ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ସରକାର ଦ୍ୱାରା ପାରିତ ହୋଇଥିବା କୃଷି ଅଧ୍ୟାଦେଶ ଯଦିବି ଆଇନର ରୂପ ନେଇଛି ସାରିଛି, କିନ୍ତୁ ଏହା ବିରୋଧରେ ଏବେ ବି ଉତ୍ତେଜିତ ସ୍ୱର ଉତ୍ତୋଳନ ଜାରି ରହିଛି । ଦେଶର ବିଭିନ୍ନ ଭାଗରେ ଲଗାତାର ବିରୋଧ ପ୍ରଦର୍ଶନ ମଧ୍ୟ ଚାଲିଛି । ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ମୋଦୀ ସରକାରଙ୍କ ଉପରେ ଟାର୍ଗେଟ୍‌ କରିଛନ୍ତି । ରାହୁଲ କହିଛନ୍ତି ଯେ, ନୂଆ କୃଷି ଆଇନ କୃଷକମାନଙ୍କ ପାଇଁ ମୃତ୍ୟୁର ଆଦେଶପତ୍ର । ରାଜ୍ୟସଭାରେ ବିପକ୍ଷଙ୍କ କଥା ନ ଶୁଣି କୃଷି ବିଲ୍‌ ପାସ୍‌ ହୋଇଥିବା ଆରୋପ ଲଗାଇ ରାହୁଲ କହିଛନ୍ତି ଯେ, କୃଷକମାନଙ୍କ କଣ୍ଠରୋଧ କରି ଏହି ବିଲ୍‌ ପାସ୍‌ କରାଯାଇଛି, ଯାହା ସଂପୂର୍ଣ୍ଣ ଅନ୍ୟାୟ ।

Leave A Reply

Your email address will not be published.