oom

ଟିଟିଲାଗଡ଼ ମାଟିର ଜଣେ ସୁସନ୍ତାନ‌ଙ୍କ ପରଲୋକ : ଟିଟିଲାଗଡରେ ଶୋକାକୁଳ ପରିବେଶ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଏହି କୋରୋନା ମହାମାରୀରେ ଅନେକ ଚିହ୍ନା ମୁହଁଙ୍କ ମୃତ୍ୟୁ ଘଟୁଛି। ଏହି ଜନ୍ମମାଟି ତାର ଅନେକ ସନ୍ତାନ ସନ୍ତତିକୁ ହରାଇ ସାରିଛି । ଟିଟିଲାଗଡ଼ରେ ନାଟ ଆନ୍ଦୋଳନର ଅଗ୍ରଦୂତ, ବହୁ ପୁରସ୍କାର ପ୍ରାପ୍ତ ନାଟକର ଲେଖକ, ନିର୍ଦ୍ଦେଶକ, ମଞ୍ଚ କଳାକାର ହାସ୍ୟ କଳାକାର, ବ୍ୟଙ୍ଗ ଲେଖକ ରବୀନ ଦର୍ଜୀଙ୍କ ନାମ ସମଗ୍ର ଟିଟିଲାଗଡ଼ ସହର ତଥା ଜିଲ୍ଲାରେ ବେଶ ପରିଚିତ । ଆଜି ତାଙ୍କ କରୋନା ସଂକ୍ରମଣରେ ପରଲୋକ ହୋଇଯାଇଛି । ଟିଟିଲାଗଡ଼ ସହରର ମେନ ରୋଡ଼ରେ ଏକ ଔଷଧ ଦୋକାନ କରିବା ସହ ସବୁ ସମୟରେ ସେ ଲୋକକୁ ହସ ଟିକିଏ ଦେବା ନେଇ ଅନେକ ନୂଆ ନୂଆ ଢଙ୍ଗରେ ଲେଖା ହେଉ ବା ନିଜ ଶରୀରକୁ ଅଙ୍କା ବଙ୍କା ଢଙ୍ଗରେ ଆବୃତ କରିବା ତାଙ୍କ ସରଳତା ଏବଂ ଆତ୍ମୀୟତକୁ ବେଶ ସୂଚାଇଥାଏ । ସେ ତାଙ୍କ ପରିବାରର ସମସ୍ତଙ୍କ ପ୍ରିୟ ହେବା ସହ ପୂରା ସହରର ଜନପ୍ରିୟ ବ୍ୟକ୍ତି ଥିଲେ । ଆଜି ଟିଟିଲାଗଡ଼ ଏପରି ଏକ ମହାନ ବ୍ୟକ୍ତିଂକୁ ହରାଇଛି, ଯିଏ କଳାକାର ଓ କଳା ସଂସ୍କୃତିକୁ ନେଇ ସବୁବେଳେ ଉଜ୍ଜଳମୟ ଭବିଷ୍ୟତର କଳ୍ପନା କରୁଥିଲେ । ଆଜି ଏକ ବଡ଼ ଶୂନ୍ୟସ୍ଥାନ ହୋଇଛି ଏ ମାଟିରେ । ଲୋକକୁ ହସେଇବାର ଯେଉଁ କଳା ରବୀନ ଦର୍ଜୀଙ୍କ ପାଖରେ ଥିଲା, ତାହା ଆଜିକାର ଯୁଗରେ ମିଳିବା ମୁସ୍କିଲ । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ଠାରେ ଟିଟିଲାଗଡବାସୀ ପ୍ରାର୍ଥନା କରୁଛନ୍ତି ।

jittmm
Leave A Reply

Your email address will not be published.